ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓରେ ପୁଣି ଆଉ ଏକ ବିଦେଶ କମ୍ପାନୀ ନିବେଶ କରିବାକୁ ଯାଉଛି । ଆବୁ ଧାବିର ମୁବାଡାଲା ଇନଭେଷ୍ଟମେଣ୍ଟ କମ୍ପାନୀ ୯୦୯୩.୬୦ କୋଟି ଟଙ୍କା ଜିଓ ପ୍ଲାଟଫର୍ମରେ ନିବେଶ କରିବାକୁ ଯାଉଛି । ଯାହାଫଳରେ ଜିଓର ୧.୮୫ ପ୍ରତିଶତ ସେୟାର କିଣିବ କମ୍ପାନୀ । ଗତ ଛଅ ସପ୍ତାହରେ ଏହା ଜିଓର ଷଷ୍ଠ ବଡ ନିବେଶ ।
ଜିଓରେ ନିବେଶକୁ ନେଇ ଜିଓର ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଖୁସୀ ବ୍ୟକ୍ତି କରିଛନ୍ତି । ଏକ ବୟାନରେ ମୁକେଶ ଅମ୍ବାନୀ କହିଛନ୍ତି କି, ମୁବାଡାଲା ଏବଂ ଜିଓ ଏକା ସହିତ କାମ କରିବା ଦ୍ୱାରା ଦୁନିଆରେ ଭାରତ ନିଶ୍ଚିତ ଭାବେ ସବୁଠାରୁ ବଡ ଡିଜିଟାଲ ଦେଶ ହେବାରେ କାମ କରୁଛି ।
ସେ ଆହୁରି ମଧ୍ୟ କହିଛନ୍ତି ଦୀର୍ଘ ଦିନର ସମ୍ପର୍କ ଜରିଆରେ ଆବୁ ଧାବି ସହ ବ୍ୟକ୍ତିଗତ ରୁପେ ମୁବାଡାଲାର କାମର ପ୍ରଭାବକୁ ଦେଖିଛି ।
ଏହାପୂର୍ବରୁ ଜିଓ ପ୍ଲାଟଫର୍ମରେ କେକେଆର, ଫେସବୁକ. ସିଲଭର ଲେକ୍, ଭିଷ୍ଟା, ଜେନେରାଲ ଆଟଲାଣ୍ଟିକ ନିବେଶ କରିଥିଲେ । ଏହି ୫ଟି କମ୍ପାନୀ ସଂଯୁକ୍ତ ରୂପେ ମୋଟ ୭୮,୫୬୨ କୋଟି ଟଙ୍କାର ନିବେଶ କରିଥିଲେ । ଏବେ ମୁବାଡାଲାର ୯ ହଜାର କୋଟିରୁ ଅଧିକ ନିବେଶ ପରେ ମୋଟ ନିବେଶ ୮୭,୬୫୫ କୋଟି ଟଙ୍କା ହୋଇଯିବ ।