ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କବଳରେ ସାରା ବିଶ୍ୱ । କରୋନା ସଂକ୍ରମଣ ସଂଖ୍ୟା ବିଶ୍ୱରେ ୬୮, ୭୯,୫୦୨ କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ସଂଖ୍ୟା ୩, ୯୮,୭୩୭ କୁ ଛୁଇଁଛି । ଏହାରି ମଧ୍ୟରେ ଆମେରିକା ପରେ ବ୍ରାଜିଲ ବି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ପକ୍ଷପାତିର ଅଭିଯୋଗ ଲଗାଇବା ସହ ଅଲଗା ହୋଇଯିବାର ଧମକ ଦେଇଛି । ପ୍ରକୃତରେ ବ୍ରାଜିଲରେ କରୋନା ମୃତକଙ୍କ ସଂଖ୍ୟା ୩୫ ହଜାର ପାର ହୋଇ ଗଲାଣି ।
ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲ୍ସୋନାରେ କହିଛନ୍ତି କି, ଯେଉଁ ପର୍ଯ୍ୟନ୍ତ ଡବ୍ଲ୍ୟଏଚଓ ପକ୍ଷପାତି ଗୁଣ ନଛାଡିଛିି ସେପର୍ଯ୍ୟନ୍ତ ଦେଶ ଏଥିରୁ ବାହାରି ଯିବାର ବିଚାର କରିବ ।
ଅନ୍ୟପଟେ ଡବ୍ଲ୍ୟୁଏଚଓର ପ୍ରବକ୍ତା ମାର୍ଗେରେଟ କହିଛନ୍ତି କି, ମହାମାରୀ କରୋନାର ପ୍ରକୋପ ଆମେରିକାରେ ଅଧିକ ରହିଛି । ଏହାର ପ୍ରକୋପ ଆମେରିକା ସମେତ ପଶ୍ଚିମ ଏସିଆ, ଆଫ୍ରିକା ଏବଂ ଦକ୍ଷୀଣ ଏସିଆରେ ବି ରହିଛି । ବ୍ରାଜିଲରେ ଗତ ଚାରି ଦିନରେ ଏକ ସଂକ୍ରମଣ ମାମଲା ଏକ ଲକ୍ଷ ବୃଦ୍ଧି ପାଇଥିବା ବେଳେ ମେକ୍ସେିକୋରେ ଗୋଟେ ଦିନ ଭିତରେ ୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ।