ରାଉରକେଲା(ଏଟିଆର ବ୍ୟୁରୋ):ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ରାଉରକେଲା ସରକାରୀ ମେଡିକାଲର ୨ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଏହି ଦୁଇ କର୍ମଚାରୀ ମାନେ କୋଭିଡ ହସ୍ପିଟାଲ ଡ୍ୟୁଟିରେ ଥିଲେ । ପରେ ଏମାନଙ୍କୁ ମେଡିକାଲ ଡ୍ୟୁଟିରେ ନିୟୋଜିତ କରାଯାଇଥିଲା । ତେବେ ରିପୋର୍ଟ ପଜେଟିଭ ଅସିବା ପରେ ବର୍ତ୍ତମାନ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ଏହା ସହ କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସେହିପରି ରାଉରକେଲା ସରକାରୀ ମେଡିକାଲକୁ ସମ୍ପର୍ଣ୍ଣ ସାନିଟାଇଜ କରାଯିବା ସହ ମେଡିକାଳରେ କର୍ଯ୍ୟରତ ଥିବା ଅନ୍ୟ କର୍ମଚାରୀ ଓ ଡାକ୍ତର ମାନଙ୍କର ସ୍ୱାବ ଟେଷ୍ଟ କରାଯାଉଛି ।
ଅନ୍ୟପଟେ ରାଉରକେଲା ସବ୍ ଜେଲରୁ ୬ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଛନ୍ତି । ଏମାନେ ରାଉରକେଲା ସ୍ୱତନ୍ତ୍ର ଜେଲ୍ରେ କ୍ୱାରାଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ଜଣାପଡିଛି । ଗତ ୨୪ ଘଣ୍ଟା ଭିତରେ ସୁନ୍ଦର ଗଡରେ ଚିହ୍ନଟ ହୋଇଥିବା ୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ହୋମ୍ କ୍ୱାରାଣ୍ଟାଇନ ଓ ଦୁଇଟି ଲୋକାଲ କେସ୍ ରହିଛି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୮୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ ୧୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୨୯ଟି ସକ୍ରିୟ କେସ ରହିଛି । ଅନ୍ୟପଟେ ଆଜି ଗଞ୍ଜାମରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି ।