ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଟେ ପଟେ ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଆଜି ସୁପ୍ରିମକୋଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି କି କୋଭିଡ୧୯ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ୧୫ ଦିନ ଭିତରେ ସେମାନଙ୍କ ଘରକୁ ପଠାନ୍ତୁ ଏବଂ ସେମାନଙ୍କର କୌଶଳ କ୍ଷମତା ଆକଳନ କରିବା ପରେ ରୋଜଗାରର ଯୋଜନା ପ୍ରସ୍ତୁତି କରାଯାଉ ।
ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିଦ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଏମ ଆର ଶାହାଙ୍କ ଖଣ୍ଡପୀଠ ପ୍ରବାସୀଙ୍କ ଦୟନୀୟ ସ୍ଥିତର ମାମଲାରେ ଭିଡିଓ କନଫରେନସିଙ୍ଗ ଜରିଆରେ ନିଷ୍ପତି ବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି ।
ପୀଠ ପକ୍ଷରୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି କି ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳୀରେ ପହଁଚାଇବା ପାଇଁ ଯଦି ଅଧିକ ଟ୍ରେନ୍ ର ଆବଶ୍ୟକତା ରହିଛି ତେବେ ରେଳବାଇ ୨୪ ଘଣ୍ଟା ମଧ୍ୟରେ ବ୍ୟବସ୍ଥା କରିବ । ଏହାସହିତ ଲକ୍ ଡାଉନ୍ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ପ୍ରବାସୀଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ବିଚାର କରିବାକୁ ସମ୍ବନ୍ଧିତ ପ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପୀଠ ପକ୍ଷରୁ ଏହି ମାମଲାକୁ ନେଇ ଜୁଲାଇରେ ଶୁଣାଣି ପାଇଁ ସୁଚୀବଦ୍ଧ କରି କୁହାଯାଇଛି କି, ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ଏବଂ ରୋଜଗାର ଯୋଜନାକୁ ସମୂଚିତ ପ୍ରଚାର ଏବଂ ପ୍ରସାର କରାଯିବା ଉଚିତ୍ । କରୋନା ପାଇଁ ଦେଶବ୍ୟାପି ଲାଗୁ ହୋଇଥିବା ଲକ୍ ଡାଉନ୍ରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ପୁରା ରିପୋର୍ଟ ନେଇଥିଲେ ଶୀର୍ଷ ଅଦାଲତ । ଏହି ମାମଲାରେ ଜୁନ୍ ୫ ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବା ପରେ ନ୍ୟାୟଳୟ ପକ୍ଷରୁ କୁହାଯାଇଥିଲା କି ଏହା ଉପରେ ଜୁନ୍ ୯ ତାରିଖରେ ଶୁଣାଣି ହେବ ।