ଖୋର୍ଦ୍ଧା(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ଆଗକୁ ରଜ ଉତ୍ସବ ଆସୁଛି । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଏଭଲି ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଜଣାପଡିଛି । ତେବେ ଠୋଲି ଗାଡି ପାଖରେ ଲୋକ ମାନେ ଠିଆ ହୋଇ ଖାଇ ପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । କେବଳ ଲୋକ ମାନେ ପାର୍ସଲ ନେଇ ପାରିବେ ବୋଲି କୁହାଯାଇଛି ।
ଏନେଇ ଠୋଲା ଗଡିରେ ବିକ୍ରି କରୁଥିବା ଜଳଖିଆ, ଦହିବରା ଆଳଦମ, ଗୁପୁଚୁପ ବ୍ୟବସାୟୀ ମାନଙ୍କୁ ସତର୍କ କରାଯାଇଛି । ଏହା ସହ ଦୋକାନ ପାଖରେ ଲୋକ ମାନେ ଠିଆ ହୋଇ ଖାଉଥିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସେହିପରି ବ୍ୟବସାୟ କଲାବେଲେ ମାସ୍କା ପିନ୍ଧିବା ସହ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି ।