କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ । ହେବିୱେଟଙ୍କ ପ୍ରଚାରରେ କ୍ମପୁଛି ଦୈଦାନ । ତେବେ ଏଠାରେ ଲୋକ କାହାକୁ ଭରଷା କରି ଭୋଟ ଦେବେ ତାଉପରେ ସମସ୍ତଙ୍କ ନଜର । ଏଠାରେ ୬ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ତେବେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ଉଭୟ ଦଳର ପ୍ରଚାର ଅଭିଯାନ ଆଗରେ ବାକି ପ୍ରାର୍ଥୀ ଏକପ୍ରକାର ରାସ୍ତା ଛାଡି ଦେଇଥିବା ଭଳି ମନେ ହେଉଛି ।
ବିଜେପିର ଅଭିଜ୍ଞ ନେତା ବିଜୟ ମହାପାତ୍ର ଏଠାରେ ପ୍ରାର୍ଥୀ ହୋଇଥିବା ବିଜେଡି ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି । ଏହି ଦୁଇ ଜଣଙ୍କ ମଧ୍ୟ ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରିଛନ୍ତି ରାଜନୈତିକ ବିଶେଷଜ୍ଞ । ବିଜେଡିର ମନ୍ତ୍ରୀ ଏବଂ ନିଜେ ବିଜେଡି ସୁପ୍ରିମୋ ନିଜେ ମଧ୍ୟ ପ୍ରଚାର କରୁଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀ ଏବଂ ହେବିୱେଟ ମଧ୍ୟ ପ୍ରଚାରରେ ଚଳାଇଛନ୍ତି ।
ଚଳିତ ନିର୍ବାଚନରେ ବିଜୟ ମହାପାତ୍ରଙ୍କ ସମ୍ମାନର କଥା ଉଠିଛି ବୋଲି ପ୍ରଥମରୁ ଚର୍ଚ୍ଚା ହୋଇଥିଲା । ଏଣୁ ଏଠାରେ ବିଜୟଙ୍କ ବିଜୟ ପାଇଁ ବିଜେପି କଳ ଏବଂ ବଳ ଲଗାଇ ଦେଇଛି । ଅପରପକ୍ଷରେ ବିଜେଡି ସିମ୍ପାଥୀ ଭୋଟ ପାଇବା ପାଇଁ ବେଦପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀଙ୍କୁ ପ୍ରାର୍ଥୀ କରିଛି । ଉଭୟ ଦଳ ନିଜର ଅଙ୍କ ମଧ୍ୟ କଷି ସାରିଲେଣି । କେଉଁ ବ୍ଳକରୁ କିଏ କେତେ ଭୋଟ ପାଇବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା ।