ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ଏହାରି ଭିତରେ ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା । ଆଜି ଗଞ୍ଜାମ ଜିଲ୍ଲାରୁ ଏକ ଦୁଖଃଦ ଖବର ଆସିଛି ।
Regret to report the death of a Covid positive 55 year old male of Ganjam, while under treatment in hospital.
Cause of death was acute respiratory distress syndrome.
— H & FW Dept Odisha (@HFWOdisha) June 12, 2020
ଜଣେ ୫୫ ବର୍ଷୀୟ ବୃଦ୍ଧା କରୋନା ଭାଇରସରେ ଆକ୍ରାନ୍ତ ହୋରଇ ପ୍ରାଣ ହରାଇଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି ।