ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହି କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଲଗାତାର ଭାବେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଭୁବନେଶ୍ୱରରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆପୋଲ ହସ୍ପିଟାଲରେ କାମ କରୁଥିବା ଜଣେ ୪୬ ବର୍ଷୀୟ ମହିଳା ଅଛନ୍ତି । ତାଙ୍କ ଘର ଗାଢକଣ ଅଞ୍ଚଳର ବୋଲି ଜଣାଯଡିଛି ।
ସେହିପରି ନୟାପଲ୍ଲୀ ଅଞ୍ଚଳରୁ ଜଣେ ୩୦ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ଏନେଇ ଭୁବନେଶ୍ୱର ମହାନଗର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଭୁବନେଶ୍ୱରରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ମୋଟ ୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୦ଟି ସକ୍ରିୟ କେସ୍ ରହିଛି ।