ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜରୁରୀ ବୈଠକ ଅପରାହ୍ନ ୧୧ଟା ବେଳେ ଆରମ୍ଭ ହେବ । ତେବେ ରାଜ୍ୟରେ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଛାତ୍ରାଛତ୍ରୀ ମାନେ ଆନ୍ଦେଳନ କରୁଛନ୍ତି । ଏହାକୁ ନେଇ ଆଜି ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତିଓ ସମସ୍ତ ସ୍ବୟଂଶାସିତ ତଥା ଡିଗ୍ରୀ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଭିଡିଓ କନଫରେନ୍ସିଂରେ ଅଧ୍ୟକ୍ଷତା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ । ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କିଭଳି ପରୀକ୍ଷା ହେବ ସେନେଇ ଏହି ବୈଠକରେ ଆଲୋଚନା କରାଯିବ ।
ଅନ୍ୟପଟେ ଛାତ୍ରଛାତ୍ରୀମାନେ ଯୁକ୍ତ ତିନି ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ଭଲି ଷଷ୍ଠ ସେମିଷ୍ଟାର ବାତିଲ କରିବା ପାଇଁ ଦାବି କରିଛନ୍ତି । ସେହିଭଲି ପିଜିର ଦ୍ୱିତୀୟ ସେମିଷ୍ଟାର ଭଳି ଚତୁର୍ଥ ସେମିଷ୍ଟାର ବାତିଲ କରିବା ପାଇଁ ମଧ୍ୟ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଯଦି ପରୀକ୍ଷା ବାତିଲ ନକରାଯାଏ ତେବେ ଆଗାମୀ ଦିନରେ ଅନ୍ଦୋଳନକୁ ଛାତ୍ରଛାତ୍ରୀ ମାନେ ଓହ୍ଲାଇବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜୁଲାଇ ୨୪ ତାରିଖରୁ ଥିଓରି ପରୀକ୍ଷା ଆରମ୍ଭ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।