ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜଧାନୀରେ ବହୁଦିନ ଧରି ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ କିଏ ତାହା ଜଣାପଡିନାହିଁ । ଏହି ସେକ୍ସ ରାକେଟର ଚେର କେବଳ ଭୁବନେଶ୍ୱର ନୁହେଁ ଓଡିଶା ବାହରକୁ ମଧ୍ୟ ଏହି ନେଟୱର୍କ ଲମ୍ବିଥିବା ପୋଲିସ ଅନୁମାନ କରିଛି । ସୂଚନା ମୁତାବକ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଫୁଲ ପ୍ୟାଲେସ ଅପାର୍ଟମେଣ୍ଟରେ ଚାଲିଥିବା ଏକ ସେକ୍ସ ରାକେଟକୁ ଠାବ କରିଛି । ଏହି ଘଟଣାରେ ଜଡିତ ଥିବା ତିନି ଜଣ ଯୁବକଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ତିନି ଜଣ ହେଲେ କେଶବ ସାହୁ,ସନ୍ତୋଷ ସାହୁ ଏବଂ ଉମା ଶଙ୍କର । ଏମାନଙ୍କ ପାଖରୁ ନଗଦ କୋଡିଏ ହଜାର ଟଙ୍କା,ଗୋଟିଏ ଅଲଟୋ କାର,ଗୋଟିଏ ବୁଲେଟ ,ଦୁଇଟି ସ୍କୁଟି ଏବଂ ୨୦ଟି କଣ୍ଡୋମ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ଆଜି ଦିନ ବେଳା ଆପାର୍ଟମେଣ୍ଟ ଉପରେ ଚଢ଼ାଉ କରିଥିଲା । ଏଠାରେ ଦେହ ବ୍ୟବସାୟ କରୁଥିବା ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି ପୁଲିସ । ତେବେ ଏହି ତିନି ଜଣ କୋଲକାତାରୁ ଆସି ଏଠାରେ ଦେହ ବ୍ୟବସାୟ କରୁଥିବା ଜଣାପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024