ଭୁବନେଶ୍ୱର (ଏଟିଆର ବ୍ୟୁରୋ):ମସା କାମୁଡିବା ସାଧାରଣ କଥା । କିନ୍ତୁ ଆପଣମାନେ ଅନେକ ସମୟରେ ଦେଖିଥିବେ ଯେ କିଛି ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ମସା ବାରମ୍ବାର କାମୁଡିବା । ଯେତେ ଯାହା କଲେ ବି ମସା ବାରମ୍ବାର କାମୁଡିଥାନ୍ତି ।ଏକ ଗବେଷଣାରେ ଜାଣିବାକୁ ମିଳିଛି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମସା କିଛି ଜିନିଷ ଏବଂ ଗନ୍ଧ ପ୍ରତି ଆର୍କଷିତ ହୋଇଥାନ୍ତି ।
ଖବରମୁତାବକ, O+ ଏବଂ ଗର୍ଭବତୀ ମହିଳା ମାନଙ୍କୁ ଅଧିକ ମାତ୍ରାରେ ମଶା କାମୁଡିଥାନ୍ତି ।
– ଯେଉଁ ବ୍ୟକ୍ତି ଅଧିକ ପରିମାଣର ବିୟର ପିଅନ୍ତି ତାଙ୍କ ପ୍ରତି ମସା ଖୁବ୍ ଆକର୍ଷିତ ହୋଇଥାନ୍ତି ।୨୦୧୦ ରେ ହୋଇଥିବା ଗବେଷଣା ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ରକ୍ତରେ ଆଲକୋହଲର ମାତ୍ରା ଅଧିକ ଥାଏ ସେମାନଙ୍କ ଶରୀରରୁ ଏକ ଭିନ୍ନ ପ୍ରକାରର ଗନ୍ଧ ବାହାରିଥାଏ । ସେହି ଗନ୍ଧ ପ୍ରତି ମସାମାନେ ଖୁବ୍ ଆକର୍ଷିତ ହୋଇଥାନ୍ତି ।
– ଯେଉଁ ବ୍ୟକ୍ତିଙ୍କ ଶରୀରରେ କାର୍ବନ ଡାଇଅକ୍ସାଇଡର ମାତ୍ରା ଅଧିକ ଥାଏ ସେମାନଙ୍କ ପ୍ରତି ମସା ଆକର୍ଷିତ ହୋଇଥାନ୍ତି । ଏହି କାରଣରୁ ଗର୍ଭବତୀ ମହିଳା ମାନଙ୍କୁ ଅଧିକ ମସା କାମୁଡିଥାନ୍ତି । ଏବଂ ଅଧିକ ମୋଟା ଥିବା ବ୍ୟକ୍ତିଙ୍କୁ ମସା କାମୁଡିଥାନ୍ତି ।
– ଶରୀରରୁ ବାହାରୁଥିବା ଗନ୍ଧ ମସାମାନଙ୍କୁ ନିଜ ଆଡକୁ ଅଧିକ ଆକର୍ଷିତ କରିଥାଏ ।
– ଶରୀରର ଚର୍ମରେ ଥିବା ଜୀବାଣୁ ପାଇଁ ମଧ୍ୟ ମସା ନିଜ ଆଡକୁ ଆକର୍ଷିତ ହୋଇ କାମୁଡିଥାନ୍ତି ।
– ଯେଉଁ ବ୍ୟକ୍ତି ଅଧିକ ବ୍ୟାୟାମ କରୁଛନ୍ତି ସେମାନଙ୍କ ଶରୀରରେ ଲ୍ୟାକ୍ଟିକ ଏସିଡ ଅଧିକ ମାତ୍ରାରେ ଥାଏ । ସୂଚନାନୁଯାୟୀ ‘ମସା’ ଲ୍ୟାକ୍ଟିକ ଏସିଡ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଏବଂ କାମୁଡିଥାନ୍ତି ।
– ଯେଉଁ ବ୍ୟକ୍ତିଙ୍କ ଶରୀରରେ ତାପମାତ୍ରା ଅଧିକ ଥାଏ ତାଙ୍କୁ ‘ମସା’ ଅଧିକ କାମୁଡିଥାନ୍ତି ।