ମୁମ୍ବାଇ (ଏଟିଆର ବୁରୋ): ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଅଫେୟାର୍ସକୁ ନେଇ ସର୍ବଦା ମିଡିଆରେ ଚର୍ଚ୍ଚା ହୋଇଥାଏ । ପ୍ରଥମରୁ ଆଲିଆ ଙ୍କ ମୁହଁରୁ ଶୁଣିବାକୁ ମିଳିଛି ଯେ ,ସେ ରଣବୀରଙ୍କୁ ପସନ୍ଦ କରନ୍ତି । କିନ୍ତୁ ରଣବୀର ଏ ନେଇ କେବେ କୌଣସି ସ୍ଥାନରେ ମୁହଁ ଖୋଲି ନଥିଲେ । ମାତ୍ର ନିକଟରେ ରଣବୀର, ଆଲିଆ ଙ୍କ ସହ ସଂପର୍କକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି କି ଆଲିଆ ଭଟ୍ଟ ମୋର କ୍ରସ । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ରଣବୀରଙ୍କ ହୃଦୟରେ ଆଲିଆ ଙ୍କୁ ନେଇ କିଛି କିଛି ହେବା ଆରମ୍ଭ ହେଲାଣି ।
ଯେତେବେଳେ ରଣବୀର କପୁର ,ଆଲିଆଙ୍କ ସହ ସଂପର୍କରେ ଥିବା କଥା ସ୍ୱୀକାର କରିଥିଲେ, ସେତେବେଳେ ନିର୍ଦ୍ଦେଶକ କରଣ ଜୋହର ସେହି ସ୍ଥାନରେ ଉପସ୍ଥିତ ଥିଲେ । ଏହାପୁର୍ବରୁ ଯେବେ ଆଲିୟା ଭଟ୍ଟଙ୍କୁ ରଣବୀର କପୁରଙ୍କ ସହ ତାଙ୍କ ପ୍ରେମ ବିଷୟରେ ପଚରା ଯାଇଥିଲା, ସେତେବେଳେ ସେ ମୁହଁ ଲୁଚାଇ ଦେଇଥିଲେ ।
ନିକଟରେ ଆଲିଆ ଏକ ଇଣ୍ଟରଭିୟୁରେ କହିଥିଲେ ଯେ, ‘ମୋତେ ଖୁସି ଲାଗୁଛି କି ଲୋକ ମୋର ଏବଂ ରଣବୀରଙ୍କ କେମିଷ୍ଟ୍ରି ବିଷୟରେ କଥା ହେଉଛନ୍ତି । ଆମେ ଦୁହେଁ ଏକା ସାଥୀରେ ଏକ ଫିଲ୍ମ କରିଛୁ, ଯାହା ଆଗାମୀ ବର୍ଷ ପରଦାକୁ ଆସିବ’ ।
ଖବରମୁତାବକ,ସୋନମ କପୁରଙ୍କ ବିବାହ ରିସେପସନ ପାର୍ଟିର ରଣବୀର ଏବଂ ଆଲିଆ ଙ୍କ ଏକ ଫଟୋ ,ଆଲିଆ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁଥିରେ ଆଲିଆଙ୍କ ଭଉଣୀ ଏକ ହାର୍ଟ ଇମୋଜିର କମେଂଟ କରିଥିଲେ । ଏହାବ୍ୟତୀତ ରଣବୀରଙ୍କ ମା’ ନୀତୁ କପୁରଙ୍କ ସହିତ ଆଲିଆଙ୍କ ସଂପର୍କ ବହୁତ ଭଲ ଅଛି ।