ରାଉଲକେଲା (ଏଟିଆର ବ୍ୟୁରୋ): ରାତିରେ ଖାଇ ପିଇ ଶୋଇଥିଲେ ଦୁଇ ଭଉଣୀ । ସେ ଜାଣି ନଥିଲେ ତାଙ୍କର ସେହି ରାତି ଶେଷ ରାତି ପାଲଟିବ । ହଠାତ୍ କାନ୍ଥ ମାଡି ବସିଥିଲା । ଫଳରେ ପରିବାରର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉଲକେଲା ଉଦିତ୍ ନଗର ଥାନା ଅନ୍ତର୍ଗତ ମାଲଗୋଦାମ ବସ୍ତିରେ । ମୃତକ ଦ୍ୱୟଙ୍କ ନାମ ହେଲା ସୁଜାତା ଏବଂ ସୌମ୍ୟା ।
ଲଗାଣ ବର୍ଷା ଫଳରେ ଘରର ମାଟି କାନ୍ଥ ସମ୍ପୂର୍ଣ୍ଣ ବତୁରିକି ରହିଥିଲା । ଗତକାଲି ରାତିରେ ପିଂଟୁ ବାରିକ ତାଙ୍କ ପରିବାର ସହ ଶୋଇଥିଲେ । ହଠାତ୍ କାନ୍ଥ ଭୁଶୁଡି ପଡିବା ଦ୍ୱାରା ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ହୋଇଥିଲା । ଏବଂ ଜଣେ ଆହତ ହୋଇଥିବାର ଜାଣିବାକୁ ମିଳିଛି ।