ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ଲୋପ୍ରେସର ଏରିଆ ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡିଶାରୁ ଉତ୍ତର ଉପକୂଳ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ଟ୍ରାପଲାଇନ୍ । ଏହାର ପ୍ରଭାବରେ ଓଡିଶାରେ ବର୍ଷା ଜାରି ରହିଛି ।
ଗତକାଲି ରାତିରୁ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ଏବଂ ଆଜି ମଧ୍ୟ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, ପୁରୀ. କଟକ, ଯାଜପୁର, ଗଞ୍ଜାମ, ନୟାଗଡ, କନ୍ଧମାଳ, ଗଜପତି ବୌଦ୍ଧ, କଳାହାଣ୍ଡି ଏବଂ କେନ୍ଦୁଝର । ଏହି ଜିଲ୍ଲା ଗୁଡିକରେ ମଧ୍ୟମ ଧରଣ ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି ।