ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୫ ଜୁନ୍ ରେ ୮.୨୨ ଆରବ ଡଲାର ବୃଦ୍ଧି ହୋଇ ପ୍ରଥମ ଥର ୫୦୦ ଅରବ ଡଲାର ସ୍ତର ପାର ହୋଇଛି । ରିଜର୍ଭ ବ୍ୟାଙ୍କର ସଂଖ୍ୟା ମୁତାବକ, ଏହି ଅବସରରେ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ହୋଇ ୫୦୧.୭୦ ଅରବ ଡଲାର ହୋଇଯାଇଛି । ବିଦେଶ ମୁଦ୍ରା ଭଣ୍ଡାରର ଏହି ଧନରାଶି ଏକ ବର୍ଷର ଆୟତ ଖର୍ଚ୍ଚର ବରାବର । ଗତ ୨୯ ମେ ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୩.୪୪ ଅରବ ଡଲାର ବୃଦ୍ଧି ହୋଇ ୪୬୩.୪୮ ଅରବ ଡଲାର ହୋଇଯାଇଥିଲା । ସେହିପରି ଜୁନ୍ ୫ ର ସମାପ୍ତ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ୮.୪୨ ଅରବ ଡଲାର ବୃଦ୍ଧି ହୋଇ ୪୬୩.୬୩ ଅରବ ଡଲାର ହୋଈ ଯାଇଛି ।
ଏଥିରେ ଚୀନ ୩୧୦୧ ଅରବ ଡଲାର ସହିତ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟରେ ୧୩୭୮ ଅରବ ଡଲାର ସହିତ ଜାପନ, ତୃତୀୟରେ ୮୪୮ ଅରବ ଡଲାର ସହିତ ସୁଇଜରଲାଣ୍ଡ, ଚତୁର୍ଥରେ ୫୬୫ ଅରବ ଡଲାର ସହିତ ଋଷ ଏବଂ ପଞ୍ଚମ ସ୍ଥାନରେ ଭାରତ ରହିଛି ।
ଦେଶରେ ବିଦେଶର ମୁଦ୍ରା ଭଣ୍ଡାର ୨୦୦୨ ମସିହା ଫେବୃଆରୀ ମାସରେ ପ୍ରଥମ ଥର ୫୦ ଅରବ ଡଲାର ରେ ପହଁଚିଥିଲା । ୨୦୦୩ ମସିହା ଡିସେମ୍ବରରେ ଏହା ପ୍ରଥମ ଥର ଏକ ଶହ ଅରବ ଡଲାର, ୨୦୦୭ ମସିହା ଏପ୍ରିଲରେ ଦୁଇ ଶହ ଅରବ ଡଲାର ଏବଂ ୨୦୦୮ ମସିହା ଫେବୃଆରୀରେ ତିନି ଶହ ଅରବ ଡଲାରରେ ପହଁଚିଥିଲା । ବୈଷୟିକ ଆର୍ଥିକ ମାନ୍ଦାବସ୍ଥାର ଚାପରେ ୨୦୦୮ ମସିହା ନଭେମ୍ବର ପର୍ଯ୍ୟନ୍ତ ପୁର୍ନବାର ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ହୋଇ ୨୪୫ ଅରବ ଡଲାରରେ ରହିଯାଇଥିଲା । ପୁଣି ୨୦୧୧ ମସିହାରେ ତିନି ଶହ ଅରବ ଡଲାରରେ ହୋଇଥିଲା । ୨୦୧୭ ମସିହା ସେପ୍ଟମ୍ବରରେ ବିଦେଶୀ ମୁଦ୍ର ଭଣ୍ଡାର ପ୍ରଥମ ଥର ଚାରି ଶହ ଅରବ ଡଲାର ସ୍ତରରେ ଏବଂ ୫ ଜୁନ୍ ୨୦୨୦ ରେ ଏହା ୫ ଶହ ଅରବ ଡଲାର ପହଁଚି ସଫଳ ହୋଇଛି ।