ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଦେଶ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରେ ପହଞ୍ଚିଛନ୍ତି । କୋଲମ୍ବୋ ବିମାନବନ୍ଦରରୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଛନ୍ତି । ସେଠାରୁ ସେ ସିଧା ସଚିବାଳୟ ଅଭିମୁଖେ ବାହାରିବା ସହ ସେଠାରେ ତାଙ୍କର ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଶ୍ରୀଲଙ୍କର ନେତା ପ୍ରତିପକ୍ଷ ମହିନ୍ଦ୍ରା ରାଜପକ୍ଷେ ଏବଂ ତାମିଲ ନେସନାଲ ଆଲିଆନ୍ସର ନେତାଙ୍କ ସହ ସାକ୍ଷାତ କରିବେ ।
ଏହି ଆଲୋଚନାରେ ଆତଙ୍କବାଦୀ ସମେତ ଅନ୍ୟ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ମୋଦି ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହ କଥା ହୋଇପାରନ୍ତି । ମୋଦିଙ୍କର ଏହା ତୃତୀୟ ଶ୍ରୀଲଙ୍ଗାଗସ୍ତ । ଏହାପୂର୍ବରୁ ସେ ୨୦୧୫ ଏବଂ ୨୦୧୭ ରେ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ ।
ଖବମୁତାବକ, ଗତ ଅପ୍ରିଲ ୨୧ ରେ ଶ୍ରୀଲଙ୍କାର ଆତଙ୍କବାଦୀ ହମଲା ହୋଇଥିଲା । ଏଥିରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିଲ ଏବଂ ୫୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରୁ ୧୧ ଜଣ ଭାରତୀୟ ନାଗରିକ ଥିବା ଜାଣିବାକୁ ମିଳିଥିଲା । ଏହି ହମଲାରେ ସ୍ଥାନୀୟ ସଂଗଠନର ହାତଅଛି ବୋଲି ଶ୍ରୀଲଙ୍କା କହୁଥିବା ବେଳେ ଏହାର ଦୋଷ ଇସ୍ଲାମିକ ରାଜ୍ୟ ଆଡକୁ ନେଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ରବିବାର ସନ୍ଧ୍ୟାରେ ଭାରତକୁ ଫେରିବେ ଆସିବେ । ଏହାସହିତ ଅପରାହ୍ନ ୪.୪୦ ରେ ମୋଦିଙ୍କର ତିରୁପତି ଯିବାର କାର୍ଯ୍ୟକ୍ରମ ରହିଛି । ବିଦେଶଗସ୍ତର ପ୍ରଥମ ଦିନ ମାନେ ଶନିବାର ମୋଦି ମାଳଦୀପରେ ରହିଥିଲେ । ସେଠାରେ ମୋଦିଙ୍କୁ ମାଳଦୀପର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି ।