ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଇ ନିକଟରେ ପ୍ରକାଶ ପାଇଥିବା ଯୁ୍କ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶରେ ଦେଖିବାକୁ ମିଳିଥିଲା ୯ଟି କଲେଜରେ ଫଳାଫଳ ପୁରା ଶୂନ ରହିଥିଲା । ଯେଉଁ କଲେଜରେ ଗୋଟିଏ ବୋଲି ଛାତ୍ରଛାତ୍ରୀ ମଧ୍ୟ ପାସ କରିପାରି ନାହାଁନ୍ତି । ଶୂନ ଫଳାଫଳ ହୋଇଥିବା ୯ ଟି କଲେଜ ଉପରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ଏହି ୯ ଟି କଲେଜ ମଧ୍ୟରୁ ୬ ଟି କଲେଜରେ ଚଳିତ ଥର ନାମ ଲେଖା ଉପରେ ବିଭାଗ ରୋକ ଲଗାଇଥିବା ବେଳେ ବାକି ୩ ଟି କଲେଜକ ୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ସୂଚନାଯୋଗ୍ୟ ଏଥର ବିଜ୍ଞାନରେ ମୋଟ ୯୭,୭୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୭୦,୭୦୬ ଜଣ ପରୀକ୍ଷାରେ ପାସ କରିଛନ୍ତି । ସେହିଭଳି ମୋଟ ପରୀକ୍ଷା ପାସ ରହିଛି ୭୨.୩୩ ପ୍ରତିଶତ ।
ତେବେ ଏନେଇ ବିଭାଗୀୟ ମନ୍ତ୍ରୀ ଜିରୋ ରେଜଲ୍ଟ ହୋଇଥିବା କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ । ଅନ୍ୟପକ୍ଷେ ଯେଉଁ ବିଦ୍ୟାଳୟ ଗୁଡିକରେ ୨୫ ରୁ କମ ବିଦ୍ୟାର୍ଥୀ ପାଠ ପଢୁଛନ୍ତି ସେହି ସବୁ ସ୍କୁଲକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଉକ୍ତ ସ୍କୁଲର ପିଲାମାନଙ୍କୁ ପାଖରେ ଥିବା ଅନ୍ୟସ୍କୁଲରେ ପାଠ ପଢିବାର ବ୍ୟବସ୍ଥା କରିବା ଗଣଶିକ୍ଷା ବିଭାଗ ସଚିବ ନିର୍ଦେଶ ଦେଇଛନ୍ତି ।