ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନର ପୂର୍ବତନ କ୍ରିକେଟ କ୍ୟାପ୍ଟେନ ଶାହିଦ ଆଫରିଦି କରେନା ରେ ଆକ୍ରାନ୍ତ ହୋଇଛନ୍ତି । ସେ କରୋନା ଟେଷ୍ଟ କରିଥିଲେ, ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଆଫରିଦି ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । କିନ୍ତୁ ସେ ଟେଷ୍ଟ କରିବା ପରେ ଜାଣିବାକୁ ମିଳିଛି କି ତାଙ୍କୁ କରୋନା ହୋଇଛି ।
ଏନେଇ ଶାହିଦ ଆଫରିଦି କହିଛନ୍ତି କି , ମୁଁ ବହୁତ ଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲି । ସେଥିପାଇଁ ମୁଁ କରୋନା ଟେଷ୍ଟ କରିଥିଲେ । ଦୁର୍ଭାଗ୍ୟ ବସତଃ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଦୟାକରି ମୋର ସ୍ୱାସ୍ଥ୍ୟ ବହୁତ ଶୀଘ୍ର ଭଲ ହେବା ପାଇଁ ପ୍ରର୍ଥନା କରନ୍ତୁ ।