ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପାକିସ୍ତାନର ପୂର୍ବତ୍ତନ କ୍ରିକେଟ ଖେଲାଳି ସାହିଦ ଆଫ୍ରଦ କରୋନା ସଂକ୍ରମଣ ହୋଇଛନ୍ତି । ଏନେଇ ସେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ସାହିଦ ଟ୍ୱିଟ କରି ଲେଖିଛନ୍ତି ଯେ, ସେ ମଙ୍ଗଳବାର ଦିନଠାରୁ ଅସୁସ୍ଥତା ଅନୁଭବ କରିଛନ୍ତି । ଏହାପରେ ସେ କୋଭିଡ-୧୯ ଟେଷ୍ଟ କରିଛନ୍ତି । ଆଜି ତାଙ୍କ ରିପୋର୍ଟ ପଜେଟିଭ ଆସିଛି ।
I’ve been feeling unwell since Thursday; my body had been aching badly. I’ve been tested and unfortunately I’m covid positive. Need prayers for a speedy recovery, InshaAllah #COVID19 #pandemic #hopenotout #staysafe #stayhome
— Shahid Afridi (@SAfridiOfficial) June 13, 2020
ସୂଚନା ଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୧ ହଜାର ୪୫୮ ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୩୮୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୦୮ ହଜାର ୯୯୩ କୁ ବୃଦ୍ଧି ପାଇଛି । ସେହିଭଳି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୫୪ ହଜାର ଜଣ ସୁସ୍ଥ ହୋଇସାରିଲେଣି । ଏପର୍ୟ୍ୟନ୍ତ ମୋଟ ୮୮୮୪ ଜଣଙ୍କ ମୃତ୍ୟୁ ହୋଇଛି ।