ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲୁଛି ଐତିହାସିକ ସ୍ଥଳୀ ତାଜମହଲ । କରୋନାର ଦ୍ୱିତୀୟ ଲହର କୋପ ଧୀରେ କମିବ ପରେ ପୁଣି ଥରେ ତାଜମହଲ ବୁଲିବା ପାଇଁ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିଛି । ଏନେଇ ମଙ୍ଗଳବାର ଆଗ୍ରା ଏଏସଆଇ ସୂଚନା ଦେଇଥିଲେ ।
ଏଏସଆଇଙ୍କ କହିଛନ୍ତି କି, ତାଜମହଲରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର ପ୍ରୋଟୋକଲ ରହିଛି । ପର୍ଯ୍ୟଟକଙ୍କୁ ସମସ୍ତ ପ୍ରୋଟୋକଲ ମାନିବାକୁ ହେବ । ଏହାସହିତ ଯେଉଁମାନେ ଅନଲାଇନରେ ଟିକେଟ କରିଥିବେ ସେମାନଙ୍କୁ ହିଁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ସେହିପରି ବିନା ମାସ୍କରେ କେହି ତାଜମହଲ ଭିତରକୁ ପ୍ରବେଶ କରି ପାରିବେ ନାହିଁ ।