ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହେବା ପରେ ଏଟିଏମ ଚାର୍ଜେସ୍ ୩ ମାସ ପାଇଁ ଛାଡ କରାଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ । ଅର୍ଥମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏହି ଘୋଷଣା ପରେ ଯେକୌଣସି ଏଟିଏମରୁ ୩ ମାସ ପର୍ଯ୍ୟନ୍ତ ଟଙ୍କା ଉଠାଇବାର ସୁବିଧା ଏଟିଏମ କାର୍ଡ ହୋଲ୍ଡର୍ସଙ୍କୁ ମିଳିଥିଲା । ଏହି ଛାଡ ଅପ୍ରିଲ, ମେ ଏବଂ ଜୁନ୍ ମାସ ପର୍ଯ୍ୟନ୍ତ ରହିଥିଲା । ଏବେ ଏହି ଛାଡ ର ଡେଡଲନ ଶେଷ ହେବାକୁ ଆସିଲାଣି । ଏହି ନିୟମ ଆଗକୁ ଲାଗୁ ରହିବ କି ନାହିଁ ସେନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ଏହାସହିତ ସେଭିଙ୍ଗ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ବାଧ୍ୟତାକୁ ବି ତିନି ମାସ ହଟାଇବାର ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ । ହୁଏତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାର୍ଚ୍ଚ ୧୧ରେ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ରଖିବାର ବାଧ୍ୟତାକୁ ସମାପ୍ତ କରି ଦେଇଥିଲା । ଅର୍ଥ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ଯେକୌଣସି ପ୍ରକାରର ଡିଜିଟାଲ ଟ୍ରେଡ ଟ୍ରାଞ୍ଜାକ୍ସନକୁ ହ୍ରାସ କରାଯାଇପାରେ ।
ଏସବିଆଇ ଏକ ବୟାନରେ କହିଥିଲା କି, ଏସବିଆଇର ସମସ୍ତ ୪୪.୫୧ କୋଟି ସେଭିଙ୍ଗ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନରଖିବା ଦ୍ୱାରା କୌଣସି ଚାର୍ଜ ଲାଗିବ ନାହିଁ । ଏହାପୂର୍ବରୁ ମେଟ୍ରୋ ସହରରେ ଏସବିଆଇ ସେଭିଙ୍ଗ ଆକାଉଣ୍ଟରେ ସର୍ବନିମ୍ନ ୩ ହଜାର ଟଙ୍କା ରଖିବାର ବାଧ୍ୟତାମୂଳକ କରାଯାଇଥିଲା । ସେଭିଙ୍ଗ ଆକାଉଣ୍ଟରେ ମିନିମମ ବାଲାନ୍ସ ନରଖିବା ଦ୍ୱାରା ଗ୍ରାହକଙ୍କ ଠାରୁ ୫-୧୫ ଟଙ୍କା ଟ୍ୟାକ୍ସ ନେଇଥାଏ ।
ସାଧାରଣତଃ ଯେକୌଣସି ବ୍ୟାଙ୍କ ଗୋଟେ ମାସରେ ୫ ଥର ମାଗଣାରେ ନେଣଦେଣ ସୁବିଧା ଦେଇଥାଏ । ଅନ୍ୟ ବ୍ୟାଙ୍କର ଏଟିଏମ ପାଇଁ ଏହି ଲିମିଟ୍ ୩ ଥର ପାଇଁ ରହିଥାଏ । ଏହି ଲିମିଟ୍ ରୁ ଅଧିକ ଥର ଟଙ୍କା ଟ୍ରାଞ୍ଜାକ୍ସନ କରିବା ପାଇଁ ଗ୍ରାହକଙ୍କ ଠାରୁ ୮ ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଚାର୍ଜ ନେଇଥାଏ ବ୍ୟାଙ୍କ ।