ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମାନ୍ୟ ଜ୍ୱର, ଥଣ୍ଡା ଓ କାଶ ହେବା ମାତ୍ରେ ଅଧିକାଂଶ ଲୋକେ ଆଣ୍ଟିବାୟୋଟେିକ ସେବନ କରିଥାନ୍ତି । ଯାହାଦ୍ୱାରା ଶରୀର ଉପରେ କୁପ୍ରଭାବ ପଡୁଛି । ଏହାକୁ ରୋକିବା ପାଇଁ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଆଣ୍ଟିବାୟୋଟିକ ସେବନକୁ ନେଇ ଗାଇଡଲାଇନ ଅଣାଯାଇଛି ।
ଗାଇଡଲାଇନ ମୁତାବକ ସାମାନ୍ୟ ଜ୍ୱର ଓ ଭାଇରାଲ ହେଲେ ଆଣ୍ଟିବାୟୋଟିକ ଠାରୁ ଦୂରେଇ ରୁହନ୍ତୁ । ଯଦି କାହାରି ଚର୍ମ ଓ ସଫ୍ଟ ଟିସ୍ୟୁ ସଂକ୍ରମଣ ରହିଛି ତେବେ ଏହାକୁ ରୋକିବା ଲାଗି ଡାକ୍ତରଙ୍କୁ ୫ ଦିନ ଆଣ୍ଟିବାୟୋଟିକ ଲେଖିବାକୁ କୁହାଯାଇଛି । ସେହିପରି କମ୍ୟୁନିଟି ଆକ୍ୟୁଆର୍ଡ ନିମୋନିଆ ପାଇଁ ୫ଦିନ ଏବଂ ହସ୍ପିଟାଲ ଆକ୍ୟୁଆର୍ଡ ନିମୋନିଆ ପାଇଁ ୮ ଦିନ ଆଣ୍ଟିବାୟୋଟିକ ଲେଖିବାକୁ ପରାମର୍ଶ ଦିଆଯାଇଛି ।