କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ (ଏଲଏନଜେପି) ହସ୍ପିଟାଲକୁ ଆକସ୍ମିକ ପରିଦର୍ଶନ କରି କୋଭିଡ-19 ସମ୍ବନ୍ଧୀୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଶ୍ରୀ ଅମିତ ଶାହ ପ୍ରତ୍ୟେକ ହସ୍ପିଟାଲର କରୋନା ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବାକୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଫଳରେ ଉପଯୁକ୍ତ ମନିଟରିଂ ହୋଇପାରିବ ଏବଂ ରୋଗୀଙ୍କ ସମସ୍ୟା ମଧ୍ୟ ସମାଧାନ ହୋଇପାରିବ ।
ଖାଦ୍ୟ ଯୋଗାଉଥିବା କ୍ୟାଣ୍ଟିନଗୁଡିକ ପାଇଁ ବ୍ୟାକ ଅପ ପ୍ରତିଷ୍ଠା କରାଇବା ଲାଗି ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯଦ୍ୱାରା ଗୋଟିଏ କ୍ୟାଣ୍ଟିନରେ ସଂକ୍ରମଣ ବ୍ୟାପିଲେ ରୋଗୀମାନେ ବିନା ଅସୁବିଧାରେ ଖାଦ୍ୟ ପାଇପାରିବେ ।
କରୋନା ରୋଗୀଙ୍କ ଚିକିତ୍ସା ସେବାରେ ନିୟୋଜିତ ଡାକ୍ତର ଏବଂ ନର୍ସମାନଙ୍କର ମାନସିକ-ସାମାଜିକ କାଉନସେଲିଂ କରାଇବା ନେଇ ଶ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଥିଲେ, ଯାହା ସେମାନଙ୍କୁ କେବଳ ଶାରୀରିକ ନୁହେଁ ବରଂ ମହାମାରୀର ମୁକାବିଲା ପାଇଁ ମାନସିକ ସ୍ତରରେ ମଧ୍ୟ ଫିଟ ଥିବା ନିଶ୍ଚିତ କରିବ ।