ମୁମ୍ବାଇ(ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପର ଠାରୁ ଧିରେ ଧିରେ ଖୋଲିଛି ବଲିଉଡର କଳା କାରନାମା । ମୁଭି ମାଫିଆ ଠାରୁ ଆରମ୍ଭ କରି ଖୋଲୁଛି ଡ୍ରଗ୍ସ କାରବାର କରୁଥିବା ବେପାରୀଙ୍କ ରହସ୍ୟ । ବଲିଉଡର ମୁଭି ମାଫିଆଙ୍କ କାରନାମାର ପର୍ଦ୍ଦା ଫାସ କରୁଛନ୍ତି କଙ୍କନା ରଣାୱତ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମହାରାଷ୍ଟ୍ର କିମ୍ବା ମୁମ୍ୱାଇରେ ରହିବାର କୌଣସି ଅଧିକାର ନାହିଁ । ନିକଟରେ କଙ୍ଗନା ଏକ ଟ୍ୱିଟରେ କହିଥିଲେ ଯେ, ମୁଭି ମାଫିଆଙ୍କ ଠାରୁ ମୁମ୍ବାଇ ପୋଲିସକୁ ଅଧିକ ଭୟ ଲାଗୁଛି । କଙ୍ଗନାଙ୍କ ଏହି ବୟାନକୁ ନେଇ ଅନିଲ ଦେଶମୁଖ ଉତକ୍ଷିପ୍ତ ହୋଇଯାଇଛନ୍ତି । ଅନିଲ ଦେଶମୁଖ କହିଛନ୍ତି, ମୁମ୍ବାଇ ପୋଲିସକୁ ସ୍କଟଲ୍ୟାଣ୍ଡ ୟାର୍ଡ଼ ପୋଲିସ ସହ ତୁଳନା କରାଯାଏ । କିଛି ଲୋକ ମୁମ୍ବାଇ ପୋଲିସକୁ ଟାର୍ଗେଟ କରିବାକୁ ପ୍ରୟାସ କରୁଛନ୍ତି । ଜଣେ ଆଇପିଏସ ଅଧିକାରୀ ଏହି ବୟାନ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଦେଶମୁଖ କହିଛନ୍ତି । ମୁମ୍ବାଇ ପୋଲିସକୁ ମାଫିଆ ସହ ତୁଳନା କରିଥିବାରୁ କଙ୍ଗନାଙ୍କର ମହାରାଷ୍ଟ୍ର କିମ୍ବା ମୁମ୍ବାଇରେ ରହିବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ।
ଏକ ଟ୍ୱିଟରେ କଙ୍ଗନା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତଙ୍କୁ ଟାର୍ଗେଟ କରି ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ । ସେ କହିଥିଲେ, ‘ଶିବସେନା ନେତା ସଞ୍ଜୟ ରାୱତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ମୁଁ ଯେମିତି ମୁମ୍ବାଇ ନ ଫେରେ । ପୂର୍ବରୁ ଏଠାରେ ସ୍ୱାଧିନତା ପାଇଁ ନାରା ଦିଆ ଯାଉଥିଲା କିନ୍ତୁ ଏବେ ଖୋଲା ଖୋଲି ଧମକ , କ’ଉଣ ପାଇଁ ?
ସଞ୍ଜୟ ରାୱତଙ୍କ କହିବା ଅନୁସାରେ କଙ୍ଗନା ମୁମ୍ବାଇ ପୋଲିସକୁ ଓ ମୁମ୍ବାଇକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଓ ଏହା ପଛରେ କୌଣସି ଏକ ବଡ ପଲିଟିକାଲ ପାର୍ଟିର ହାତ ଅଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024