ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ରାଇନାଙ୍କ ପରେ ଏବେ ହରଭଜନ ମଧ୍ୟ ଆଇପିଏଲରୁ ଓହୋରି ଛନ୍ତି । ଆଇପିଏଲ ୨୦୨୦ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । କିନ୍ତୁ ଚେନ୍ନାଇ ସୁପରକିଂଗ୍ସ ଅଡୁଆରେ ପଡିଯାଇଛି । ଟିମର ସମସ୍ୟା ବଢି ଚାଲିଛି , କରୋନା ପରେ ଜଣେ ପରେ ଜଣେ ଖେଳାଳି ଆଇପିଏଲର ଏହି ସିଜନ ନ ଖେଳିବାକୁ ନିଷ୍ପତ୍ତି କରୁଛନ୍ତି।ସୁରେଶ ରାଇନାଙ୍କ ପରେ ଚେନ୍ନାଇ ସୁପରକିଂଗ୍ସର ବୋଲର ହରଭଜନ ସିଂହ ମଧ୍ୟ ଟିମରୁ ବାହାରି ଯାଇଛନ୍ତି । କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜକୁ ଆଇପିଏଲ ସିଜନରୁ ଦୁରେଇ ଦେଇଛନ୍ତି ।
ସଂଯୁକ୍ତ ଆରବ ଇମିରେଟ୍ସ ଯିବା ପୂର୍ବରୁ ଚେନ୍ନାଇ ସୁପରକିଂଗ୍ସ ଟିମ ପାଇଁ ତାମିଲନାଡୁ ଚେପୁକରେ ୫ ଦିନିଆ ଟ୍ରେନିଂ କ୍ୟାମ୍ପ ଥିଲା । ହରଭଜନ ସିଂହ ଓ ଅଲରାଉଣ୍ଡର ରବୀନ୍ଦ୍ର ଜଡେଜା ସେଠାରେ ପହଞ୍ଚିନଥିଲେ । ଜାଡେଜା ଟିମ ସହ ୟୁଏଇ ପହଞ୍ଚିଥିଲେ କିନ୍ତୁ ହରଭଜନ ସିଂହ ଭାରତରେ ହିଁ ଥିଲେ । ହରଭଜନ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମର ଏପରି ଅବସ୍ଥା ଦେଖି ଫ୍ୟାନ୍ସମାନଙ୍କ ତରଫରୁ ଅସନ୍ତୋଷ ପ୍ରକାଶ ପାଇଚି । ତେବେ ଟିମ ଭଲ ଭାବେ ଅଭ୍ୟାସ ଜାରି ରଖିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024