ଅଯୋଧ୍ୟା(ଏଟିଆର ବ୍ୟୁରୋ):ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଏବେ ଅଯୋଧ୍ୟାକୁ ପ୍ରବେଶ ରଦ୍ଧ ହୋଇଛି । ମହାରାଷ୍ଟ୍ରରେ କଙ୍ଗନା ରାଣାୱାତଙ୍କ ସହ ହୋଇଥିବା ବ୍ୟବହାରକୁ ନେଇ ଅଯୋଧ୍ୟାର ସାଧୁସନ୍ଥ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ର ସାଧୁମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଖୁଲମ ଖୁଲା ମହା ସରକାରର ଏପରି କାମକୁ ବିରୋଧ କରିଛନ୍ତି ଅଯୋଧ୍ୟାର ସାଧୁସନ୍ଥ । କେବଳ ଏତିକି ନୂହଁ ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟାରେ ପୂରାଇ ଦିଆଯିବ ନାହିଁ ବୋଲି ମଧ୍ୟ ସାଧୁସନ୍ଥମାନେ ଚେତାବନୀ ଦେଇଛନ୍ତି । କଙ୍ଗନାଙ୍କୁ ସଞ୍ଜୟ ରାଉତଙ୍କ ହାରାମଖୋର କହିବା ଓ ତାଙ୍କ ଅଫିସକୁ ଏପରି ଭାଙ୍ଗିବା ନେଇ ମହା ସରକାରଙ୍କୁ ନିନ୍ଦା କରିଛନ୍ତି । ଅଯୋଧ୍ୟାର ସାଧୁ ସନ୍ଥ ଓ ସାଧାରଣ ଲୋକେ । ବିଏମସି ଦ୍ୱାରା ଭଙ୍ଗା ଯାଇଥିବା କଙ୍ଗନାଙ୍କ ଅଫିସକୁ ନେଇ ହନୁମାନ ଗଢୀ ମନ୍ଦିରର ପୁରୋହିତ ମହନ୍ଥ ରାଜୁ ଦାସ ବିଏମସି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଅଯୋଧ୍ୟାରେ ଉଦ୍ଧବ ଠାକରେ ଏବଂ ଶିବସେନାଙ୍କୁ ସ୍ୱାଗତ କରାଯିବ ନାହିଁ । ବର୍ତ୍ତମାନ ଯଦି ସେ ଏଠାକୁ ଆସନ୍ତି ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଅଯୋଧ୍ୟା ସାଧୁମାନଙ୍କ କଠୋର ବିରୋଧର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ ସିଧା ସିଧା ଚେତାବନୀ ଦେଇଛନ୍ତି ।
ଏହା ସହ ସେ କହିଛନ୍ତି ,ମହାରାଷ୍ଟ୍ର ସରକାର ସମୟ ନ ଦେଇ ଜଣେ ଅଭିନେତ୍ରୀଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କିନ୍ତୁ ପାଲଘରରେ ଦୁଇ ସାଧୁଙ୍କ ହତ୍ୟାକାରୀଙ୍କ ବିରୋଧରେ ଉକ୍ତ ସରକାର ଏପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। କିଛି ସାଧାରଣ ଲୋକଙ୍କ କହିବା ଅନୁସାରେ ମହାରାଷ୍ଟ୍ରରେ ଅନେକ ସ୍ଥାନ ଅଛି ଯେଉଁଠି ଅନେକ ବିଲଡିଙ୍ଗ ଇଲିଗାର ଭାବେ ରହିଛି କିନ୍ତୁ ସେଗୁଡିକର କିଛି କରାହୋଇ ନାହିଁ ହେଲେ କଙ୍ଗନାଙ୍କ ସହିତ ଏପରି କଣ ପାଇଁ । ଭିଏଚପି ଆଞ୍ଚଳିକ ମୁଖପାତ୍ର ଶରଦ ଶର୍ମା କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ଶିବସେନା ଅଭିନେତ୍ରୀଙ୍କୁ ଜାଣିଶୁଣି ଟାର୍ଗେଟ କରୁଛନ୍ତି କାରଣ ସେ ଜାତୀୟତାବାଦୀ ଶକ୍ତିଙ୍କୁ ସମର୍ଥନ କରୁଛନ୍ତି ଏବଂ ସେ ମୁମ୍ବାଇର ଡ୍ରଗ୍ ମାଫିଆ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଭୁଲ ଉଦ୍ଦେଶ୍ୟରେ କଙ୍ଗନା ରାନାୱତଙ୍କ ବିରୋଧରେ ମହାରାଷ୍ଟ୍ର ସରକାର ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି । ତେବେ ଏପରି ସରକାର ରହିବା କଥା ନୁହେଁ , ତାଙ୍କୁ ଆମେ ସମର୍ଥନ କରୁନାହୁଁ ଏବଂ ତାଙ୍କୁ ଅଯୋଧ୍ୟାରେ ପ୍ରବେଶ କରାଇଦେବୁ ନାହିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024