ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଚଳିତବର୍ଷ ବେତନବୃଦ୍ଧିର ଲାଭ ମିଳି ପାରିବ ନାହିଁ । ସେଥିପାଇଁ ସେମାନଙ୍କୁ ଆଗାମୀ ବର୍ଷ ପାଇଁ ଅପେକ୍ଷା କରିବାକୁ ପଡିବ । ଏହି ସମ୍ବନ୍ଧରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ଆଦେଶରେ କୁହାଯାଇଛି ।
ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଆଦେଶ ମୁତାବକ, କେନ୍ଦ୍ରୀୟ କର୍ମଚାରୀଙ୍କୁ ବେତନବୃଦ୍ଧି ପାଇଁ ଆଗାମୀ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ ଜାରି ଆଦେଶ ଅନୁଯାୟୀ, କେନ୍ଦ୍ର ସରକାର ବର୍ଷ ୨୦୧୯-୨୦ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କର ବାର୍ଷିକ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟ (ଆନୁଆଲ ପରଫର୍ମମାନ୍ସ ଆସେସମେଣ୍ଟ ରିପୋର୍ଟ, ଏପିଏଆର) କୁ ପୁରା କରିବାର ଅବଧି ବଢାଇଛନ୍ତି । ଏହି ଅବଧିକୁ ଆଗାମୀ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଅବଧି ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ରଖାଯାଇଥିଲା ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ରେ ବି ସରକାର ମୂଲ୍ୟାଙ୍କନ ପ୍ରକ୍ରିୟାକୁ ଡିସେମ୍ବରକୁ ବୃଦ୍ଧି କରାଇଥିଲେ । ଏବେ ନୂତନ ଆଦେଶରୁ ସ୍ପଷ୍ଟ ହୋଇଛି କି ଏବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବେତନ ବୃଦ୍ଧି ପାଇଁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ