ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାଇରସ କରୋନା ଏବେ ବିଶ୍ୱପାଇଁ ମହାମାରୀ ପାଲଟିଛି । ଆଖିପିଛୁଳାକେ ମୃତ୍ୟୁର ତାଣ୍ଡବ ଦେଖାଉଛି କରୋନା । ଦେଶରେ ମଧ୍ୟ କରୋନା ତାର କାୟା ବସ୍ତାର ଆରମ୍ଭ କରୁଛି । ଆମେ ଯଦି ଲକ ଡାଉନକୁ ଲକ୍ଷ୍ମଣରେଖା ଭଳି ନ ମାନିବା ତେବେ ଆମକୁ କେବେ ହେଲେ କରୋନା ଠାରୁ ମୁକ୍ତି ମିଳିବ ନାହିଁ । ଆଜି ମନକି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଦେଶରେ ଲାଗୁ ହୋଇଥିବା ଲକ ଡାଉନକୁ କଡାକଡି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ନିବେଦନ କରିଛନ୍ତି ।
ଯେଉଁ ଲୋକମାନେ ଲକ ଡାଉନକୁ ମାନୁ ନାହାନ୍ତି ସେମାନେ ନିଜେ ନିଜ ସହିତ ଖେଳୁଛନ୍ତି । ଆମ ଜୀବନ ଆମ ପାଇଁ ମୂଲ୍ୟବାନ ଏହାକୁ ଆମକୁ ମନେ ରଖିବାକୁ ପଡିବ । କରୋନାକୁ ହରେଇବା ପାଇଁ ଆମକୁ ଦୃଢ ସଂକଳ୍ପ ନେବାକୁ ପଡିବ ।ଡାକ୍ତର , ନର୍ସ, ସ୍ୱାସ୍ଥ୍ୟସେବା ସହିତ ଜଡିତ କର୍ମଚାରୀ ଆମକୁ ପ୍ରେରଣା ଦେଇଛି ବୋଲି କହିଛନ୍ତି । ସେହିଭଳି ଲକ ଡାଉନକୁ ଲାଘବ କରିବା ପାଇଁ କହିଛନ୍ତି ଘରେ ରହିବାକୁ ଆମେ ସବୁବେଳେ ସମୟ୍ର ପାଇ ନଥାଉ । ଏବେ ସମୟ ମିଳିଛି ମାନେ ଆମେ ଭଲ ବହି ପଢି ପାରିବା । ଆମକୁ ଭଲ ଲାଗୁଥିବା କାର୍ଯ୍ୟକୁ ଆମେ ଘରେ ବସି କରି ପାରିବା ।