ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ଆଜି ପୁଣି ଆଉ ୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
4 each from Balasore, Dhenkanal, Kendrapara and Jharsuguda
3 each from Keonjhar, Ganjam & Puri
2 each from Angul, Kalahandi and Koraput
1 from Malkangiri.The total recovered cases of #Odisha now stand at 2974.
(2/2)— H & FW Dept Odisha (@HFWOdisha) June 16, 2020
ଆଜି ସୁସ୍ଥ ହୋଇଥିବା ନୂତନ ୧୨୦ ଜଣଙ୍କ ମଧ୍ୟରୁ ଯାଜପୁରରୁ ୧୯ ଜଣ, କଟକରୁ ୧୫ ଜଣ, ମୟୂରଭଞ୍ଜରୁ ୧୧ ଜଣ, ଖୋର୍ଦ୍ଧାରୁ ୧୧ ଜଣ, ନୂଆପଡାରୁ ୯ ଜଣ, ସୁନ୍ଦରଗଡରୁ ୭ ଜଣ, କନ୍ଧମାଳରୁ ୬ ଜଣ, ବଲାଙ୍ଗିରରୁ ୫ ଜଣ, ନୟାଗଡରୁ ୫ ଜଣ, ବାଲେଶ୍ୱରରୁ ୪ ଜଣ, ଢେଙ୍କାନାଳରୁ ୪ ଜଣ, କେନ୍ଦ୍ରାପଡାରୁ ୪ ଜଣ, ଝାରସୁଗୁଡାରୁ ଜଣ, କେନ୍ଦୁଝରରୁ ୩ ଜଣ, ଗଞ୍ଜାମରୁ ୩ ଜଣ, ପୁରୀରୁ ୩ ଜଣ, ଅନୁଗୁଳରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କୋରାପୁଟରୁ ୨ ଜଣ ଏବଂ ମାଲକାନାଗିରିରୁ ଜଣେ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ୨୯୭୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।