ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଦିଲ୍ଲୀରେ କରୋନା ସଂକ୍ରମଣର ପରିସ୍ଥିତି ଉପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି । ଶ୍ରୀ ଶାହଙ୍କ ନିର୍ଦ୍ଦେଶକ୍ରମେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ 242ଟି ଆବଧାଞ୍ଚଳରେ ଘରକୁ ଘର ସ୍ୱାସ୍ଥ୍ୟ ସର୍ଭେ କରାଯାଇଛି । ପ୍ରାୟ 2.3 ଲକ୍ଷ ଲୋକଙ୍କ ସର୍ଭେ ହେବାର ଜଣାପଡିଛି ।
ଏହାବ୍ୟତୀତ ଶ୍ରୀ ଶାହଙ୍କ ନିର୍ଦ୍ଦେଶକ୍ରମେ ନମୁନା ପରୀକ୍ଷା ବୃଦ୍ଧି ସହ ଗତକାଲି ଠାରୁ ରାପିଡ଼ ଆଣ୍ଟିଜେନ ପଦ୍ଧତିରେ ପରୀକ୍ଷଣ କରାଯାଉଛି । 193ଟି ପରୀକ୍ଷା କେନ୍ଦ୍ରରେ ଦିନକ ମଧ୍ୟରେ 7,040 ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି ।
ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନମୁନା ପରୀକ୍ଷଣର ହାର ମଧ୍ୟ ଦ୍ଵିଗୁଣିତ ହୋଇଛି । ଗତ 15 ରୁ 17 ତାରିଖ ମଧ୍ୟରେ 27,263 ପରୀକ୍ଷା କରାଯାଇଥିବା ବେଳେ ଆଗରୁ ଏହା 4,000 ରୁ 4,500 ମଧ୍ୟରେ ସୀମିତ ରହିଥିଲା । ସାଧାରଣ ଲୋକଙ୍କୁ ସହାୟତା ଦେବା ପାଇଁ ନୀତି ଆୟୋଗ ସଦସ୍ୟ ଡଃ ଭି.କେ.ପଲଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଶ୍ରୀ ଶାହ ଏକ କମିଟି ଗଠନ କରିଛନ୍ତି, ଯାହାଫଳରେ କି କରୋନା ସଂକ୍ରମିତ ରୋଗୀଙ୍କ ଘରୋଇ ଚିକିତ୍ସାଳୟରେ ଦେୟ ଧାର୍ଯ୍ୟ ହୋଇଛି । ଅବଶ୍ୟ ଏହି ଦେୟ ସଙ୍ଗରୋଧ ଶଯ୍ୟା, ଭେଣ୍ଟିଲେଟର ସହାୟକ ଆଇସିୟୁ ଓ ବିନାଭେଣ୍ଟିଲେଟର ଆଇସିୟୁ ଅନୁସାରେ ଭିନ୍ନ ହେବ ।
ଦିଲ୍ଲୀର ଘରୋଇ ହସ୍ପିଟାଲଗୁଡିକରେ କୋଭିଡ-19 ଚିକିତ୍ସା ଲାଗି ନୂତନ ଦର
Category
(Private Hospitals) |
New Rates (per day)
(Including PPE and Medicines) |
Old Rates (per day)
(Excluding PPE) |
Isolation beds | Rs 8000 – 10000 | Rs 24000 – 25000 |
ICUs without ventilator | Rs 13000 – 15000 | Rs 34000 – 43000 |
ICUs with ventilator | Rs 15000 – 18000 | Rs 44000 – 54000 |
କମିଟି ଦିନକୁ ପିପିଇ ଓ ଔଷଧ ମିଶାଇ ଦେୟ 8 ରୁ 10 ହଜାର ମଧ୍ୟରେ ଧାର୍ଯ୍ୟ କରିଥିବା ବେଳେ ସଙ୍ଗରୋଧ ଶଯ୍ୟା ବାବଦ ଦିନକୁ 15 ରୁ 18 ହଜାର ଧାର୍ଯ୍ୟ କରାଯାଇଛି ।