ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଶାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଚତୁର୍ଦ୍ଧାମୂରତୀ ରତ୍ନ ବେଦୀରୁ ଓହ୍ଲାଇ ରଥାରୁଢ ହୋଇ ଜନ୍ମ ବେଦୀଙ୍କୁ ଯାତ୍ରା କରିବେ । ଏହି ଯାତ୍ରା ପାଇଁ ସିଂହଦ୍ୱାର ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ତିନି ରଥ । ଏହି ତିନିରେ ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଭାଇ ଶ୍ରୀ ଜଗନ୍ନାଥ ଯାତ୍ରା କରିବେ । କିନ୍ତୁ କୋଭିଡ ୧୯ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଚଳିତ ବର୍ଷ କମ ସଂଖ୍ୟକ ସେବାୟତରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି ।
ଆଜି ଭୋର ୩ ଟାରୁ ମହାପ୍ରଭୁଙ୍କ ମଙ୍ଗଳା ଆଳତୀ ନୀତି ଆରମ୍ଭ ହୋଇଥିଲା । ଏହାପରେ ଗୋଟେ ପରେ ଗୋଟେ ଅନ୍ୟାନ୍ୟ ନୀତିକାନ୍ତି ଚାଲିଛି । ନୀତି ନିର୍ଘଟ ଅନୁସାରେ ଦିନ ୧୨ ଟାରେ ମହାପ୍ରଭୁଙ୍କ ରଥ ଟଣା ହେବ । ସେଥିଲାଗି ପ୍ରଥମେ ଗୋଟେ ରଥ ଟଣା ହେବା ପରେ ତାର ଘଣ୍ଟାଏ ପରେ ଆଉ ଗୋଟେ ରଥ ଟଣା ହେବ ।
ବଡ ଦାଣ୍ଡରେ ଏଥରକ ବିନା ଭକ୍ତରେ ଗଡିବ ରଥ । କୌଣସି ବି ଭକ୍ତ ରଥ ଟାଣି ପାରିବେ ନାହିଁ । ସେଥିପାଇଁ ପୁରୀର ସମସ୍ତ ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍ କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କେବେଳ କୋଭିଡ୧୯ ନେଗେଟିଭ ଆସିଥିବା ସେବାୟତ ମାନେ ହିଁ ମହାପ୍ରଭୁଙ୍କ ରଥ ଟାଣିବେ ।