ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତ ବହୁଳ କର୍ମମୟ ଜୀବନ ଭିତରେ ବହୁତ ଚିନ୍ତା ରହିଥାଏ । ଏହି କାରଣରୁ ଖୁବ୍ ଶୀଘ୍ର ଶରୀରରେ ଅନେକ ରୋଗ ଦେଖାଦେଇଥାଏ । ସେହି ସବୁ ରୋଗ ମଧ୍ୟରୁ ଏକ ରୋଗ ହେଉଛି ଅଧକପାଳ ମୁଣ୍ଡ ବିନ୍ଧା । ଏହି ରୋଗ ହେଲେ ଖୁବ୍ ମୁଣ୍ଡ ବ୍ୟଥା ହୋଇଥାଏ । ଯାହାକୁ ସହ୍ୟ କରି ହୁଏ ନାହିଁ । ଆଜି ଆମେ ଆପଣକୁ ଏଭଳି କିଛି ଉପାୟ କହିବାକୁ ଯାଉଛୁ । ଯାହାକୁ ଆପଣେଇବା ପରେ ଆପଣଙ୍କ ଅଧକପାଳ ମୁଣ୍ଡ ବ୍ୟଥା ଦୂର ହୋଇଯିବ ।
– ଅଧକପାଳ ମୁଣ୍ଡ ବିନ୍ଧାରୁ ଉପଶମ ପାଇବା ପାଇଁ ଆପଣ ନିୟମିତ ଦେଶୀ ଘିଅ ଦୁଇ ବୁନ୍ଦା ନାକରେ ପକାନ୍ତୁ ।
– ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଗୋଟେ ସେଓ ଖାଆନ୍ତୁ । ଏହାଦ୍ୱରା ଆପଣଙ୍କର ମୁଣ୍ଡ ବ୍ୟଥା ଦୂର ହୋଇଥାଏ ।
– ଲେମ୍ବୁ ଚୋପାକୁ ଖରାରେ ଶୁଖାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମଥାରେ ଲଗାଇବା ଦ୍ୱାରା ଅଧକପାଳ ମୁଣ୍ଡ ବ୍ୟଥାରୁ ଉପଶମ ମିଳିଥାଏ ।
– ଏହାବ୍ୟତୀତ ଆପଣ ପାଳଙ୍ଗ ଏବଂ ଗାଜର ଜୁସ୍ ପିଇବା ଦ୍ୱାରା ମୁଣ୍ଡ ବ୍ୟଥା ଖୁବ୍ ଶୀଘ୍ର ଭଲ ହୋଇ ଯାଇଥାଏ ।