ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ଲୋକଙ୍କଠାରେ ରୋଗର ଘର ଦେଖିବାକୁ ମିଳୁଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି ସମସ୍ୟାର ସମୁଖୀନ ହେବାକୁ ପଡୁଛି । ସେହି ସବୁ ସମସ୍ୟା ମଧ୍ୟରୁ ଗୋଟେ ହେଉଛି ଥାଇରଏଡ୍ ସମସ୍ୟା । ଏହି ସମସ୍ୟା ସାଧାରଣ ହୋଇଗଲାଣି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଛୋଟିଆ ଭୁଲ ପାଇଁ ଏହି ସମସ୍ୟା ବଢିଯାଇପାରେ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ..
ସର୍ବଦା ଚିନ୍ତାରେ ରହିବା ଦ୍ୱାରା ଆପଣଙ୍କ ସମସ୍ୟା ବଢିଯାଇଥାଏ । କେବଳ ଏତିକି ନୁହେଁ ଅତ୍ୟଧିକ ଚାପରେ ରହିବା ଦ୍ୱାରା ସ୍ମରଣଶକ୍ତି ହ୍ରାସ ପାଇଥାଏ । ଯଦି ଆପଣଙ୍କ ଥାଇରଏଡ୍ ସମସ୍ୟା ଅଛି ତେବେ ବିଲକୁଲ ଚାପରେ ରୁହନ୍ତୁ ନାହିଁ ।
ଯେଉଁ ବ୍ୟକ୍ତି ଧୂମ୍ରପାନ ଅଭ୍ୟସ୍ତ , ତାଙ୍କର ଏହି ଅଭ୍ୟାସ ଶରୀର ପାଇଁ ଭାରି ପଡିଥାଏ । ଏହି କାରଣରୁ ଆପଣଙ୍କ ଥାଇରଏଡ୍ ସମସ୍ୟା ବଢିଯାଇଥାଏ ।
ଥାଇରଏଡ୍ ରୋଗୀ ସର୍ବଦା ନିଜର ଡାଇଟ୍ ଠାରୁ ଆରମ୍ଭ କରି ବ୍ୟାୟମ ପର୍ଯ୍ୟନ୍ତ ଧ୍ୟାନ ଦେବା ଉଚିତ୍ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଫଳରେ ରୋଗ ବଢିଯାଇଥାଏ ।
ଏହାବ୍ୟତୀତ ଥାଇରଏଡ୍ ରୋଗୀ ନିଜର ସୁଗାର ମାତ୍ରାକୁ ଧ୍ୟାନ ଦେବା ଉଚିତ୍ । ଶରୀରରେ ସୁଗାର ମାତ୍ରା ନିୟନ୍ତ୍ରଣରେ ନ ରଖିବା ଦ୍ୱାରା ଇଂସୁଲିନ୍ ବିଗଡି ଯାଇ ଥାଇରଏଡ୍ ସମସ୍ୟାକୁ ବଢାଇ ଦେଇଥାଏ ।