ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱରେ ବ୍ୟାପୁଥିବା କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବଡ ବୟାନ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ଆଗାମୀ ସପ୍ତାହ ଭିତରେ ଦୁନିଆରେ କାରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ଛୁଇଁପାରେ । ଏହି ମାମଲାରେ ବ୍ରିଟେନ ଟେଷ୍ଟ ସିଷ୍ଟମ ସକ୍ଷମ । ଯାହାଦ୍ୱାରା ରୋଗୀଙ୍କର ସଠିକ୍ ପରୀକ୍ଷା କରାଯାଇ ପାରିବ ।
କରୋନାକୁ ନେଇ ଡବ୍ଲ୍ୟୁଏଚଓ ର ମହାନିର୍ଦ୍ଦେଶକ ଟେଡରସ କହିଛନ୍ତି କି ଆଗାମୀ ସପ୍ତାହ ପର୍ଯ୍ୟନ୍ତ କରୋନା ମାମଲା ଏକ କୋଟି ହେବାର ଆଶଙ୍କା ରହିଛି । ଏହାସହିତ କୋଭିଡ୧୯ ର ଭ୍ୟାକସିନ୍ ଏବଂ ଔଷଧ ଉପରେ ରିସର୍ଚ୍ଚ ପ୍ରକ୍ରିୟା ଜାରି ରହିଛି । ଏହା ଭଲ କଥା କିନ୍ତୁ ଆମକୁ ବିଚାର କରିବା ଉଚିତ୍ କି ଯେତେ ଶୀଘ୍ର ହେଉଛି ଏହି ରୋଗର ସଂକ୍ରମଣକୁ ରୋକି ପାରିବା । ଯାହାଫଳରେ ଲୋକଙ୍କ ଜୀବନ ବଞ୍ଚିଯିବ ।