ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଥମୁନି କରୋନା ପ୍ରକୋପ । ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
6. Malkangiri: 5
7. Puri: 6
8. Cuttack: 14
9. Nayagarh: 3
10. Gajapati: 16
11. Bargarh: 1
12. Kendrapada: 6
13. Sambalpur: 2
14. Koraput: 1
15. NDRF: 01
(returned from Amphan duty WB)New recoveries: 131
Cumulative tested: 249902
Positive: 6350
Recovered: 4432
Active Cases:1903— I & PR Department, Odisha (@IPR_Odisha) June 27, 2020
ଆଜି ଚିହ୍ନଟ ହୋଇଥିବା ୧୭୦ ଜଣଙ୍କ ମଧ୍ୟରୁ ନବରଙ୍ଗପୁରର ୧୯, ରାୟଗଡାର ୧୬, ଖୋର୍ଦ୍ଧାର ୧୯, ଗଞ୍ଜାମର ୫୮, ଯାଜପୁରର ୩, ମାଲକାନାଗିରର ୫, ପୁରୀର ୬, କଟକର ୧୪, ନୟାଗଡର ୩, ଗଜପତିର ୧୬, ବରଗଡର ୧, କେନ୍ଦ୍ରାପଡାର ୬, ସମ୍ବଲପୁରର ୨, କୋରାପୁଟର ୧, ଏନଡିଆରଏଫ କର୍ମୀ ଜଣେ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ କୁ ବୃଦ୍ଧି ପାଇଥିବା ବେଳେ ସେଥିରୁ ୪୪୩୨ ଜଣ ସୁସ୍ଥ ହୋଇ ସାରିଲେଣି ଏବଂ ୧୯୦୩ ଜଣଙ୍କର ଚିକିତ୍ସା ଚାଲିଛି ।