ଜଗିସିଂହ ପୁର (ଏଟିଆର ବ୍ୟୁରୋ): କାଳ ହେଲା କ୍ୱରେଣ୍ଟାଇନ୍ । ମୁମ୍ବାଇରୁ ଫେରି କ୍ୱାରେଣ୍ଟାଇନ୍ ।ରେ ରହିଥିଲେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟଣା ଗାଁର ଶିବ ସାହୁଙ୍କ ପୁଅ ମନୋରଞ୍ଜନ ସାହୁ । ମାତ୍ର କ୍ୱାରେଣ୍ଟାଇନ୍ ରେ ରହିବା ସମୟରେ ଅଚାନକ୍ ମନୋରଞ୍ଜନଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପଡିଥିଲା । ଏହାପରେ ତାଙ୍କୁ ଚିକିତ୍ସା କରିବା ଲାଗି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେଠାରେ ଆଇସିୟୁ ଖାଲିନଥିବାରୁ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇ ଅସ୍ତ୍ରପଚାର କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏବେ ପୁଣି ମନୋରଞ୍ଜନଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଛି । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କେଉଁଠୁ ଆସିବ ଟଙ୍କା ଆଉ ସେ ଚିକିତ୍ସିତ ହେବେ । ତାକୁ ନେଇ ଚିନ୍ତାରେ ଏବେ ପରିବାର । ଯାହାଫଳରେ ଏବେ ରୋଗ ସହ ସଂଗ୍ରାମ କରୁଛନ୍ତି ମନୋରଞ୍ଜନ ।
ସେପଟେ ଭେଣ୍ଡିଆ ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ବାପା ଶିବ ପ୍ରସାବ । ସେ କେଉଁଠୁ ବା ଏତେ ଟଙ୍କା ଆଣିବେ ଆଉ ପୁଅକୁ ଭଲ କରିବେ । ଦିନ ମଜୁରିଆ ଭାବେ କାମ କରି ଯେଉଁ କିଛି ଅର୍ଥ ଆସୁଥିଲା ସେଥିରେ ଚଳୁଥିଲା ଶିବ ପ୍ରସାଦଙ୍କ ଘର । ମାତ୍ର ଏହି ରୋଗ ଏବେ ଶିବ ପ୍ରସାଦଙ୍କ ପରିବାର ପାଇଁ ବୋଝ ଉପରେ ଲଳିତା ବିଡା ହୋଇଛି । ଯାହାଫଳରେ ଏବେ ସେ ସମସ୍ତ ଆଶା ଭରଷା ଭଗବାନଙ୍କ ଉପରକୁ ଛାଡିଦେବା ସହ ସହାୟତା ପାଇଁ ନିବେଦନ କରିଛନ୍ତି ଶିବପ୍ରସାଦ ।
ସୂଚନାଯୋଗ୍ୟ, ମୁମ୍ବାଇରେ କାମ କରୁଥିବା ମନୋରଞ୍ଜନ କରୋନା ଲକ୍ ଡାଉନ୍ ପାଇଁ ସେଠାରେ ଫସି ରହିଥିଲେ । ଅନେକ ଚେଷ୍ଟା ପରେ ବି ସେ ଘରକୁ ଫେରି ପାରିନଥିଲେ କିନ୍ତୁ ଗତ ୯ ତାରିଖରେ ଗାଁକୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସେଠାରେ ଅଚାନକ ତାଙ୍କର ପେଟ ଯନ୍ତ୍ରଣା ହେବା ସହ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ପେଟରେ ଆପେଣ୍ଟିକସାଇଟ ଫାଟି ଯାଇ ଇନଫେକ୍ସସନ ହୋଇଛି ବୋଲି ଜାଣିବାକୁ ମିଳିଥିଲା । ଏହାପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।