ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟ । ଏହି ଅବସରରେ ଆଜି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବା ସହ ଚନ୍ଦନଯାତ୍ରା ନୀତି ଆରମ୍ଭ । ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ ମହାପ୍ରଭୁ । ଆଜିଠୁ ୨୧ ଦିନ ଯାଏଁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରଣୀରେ ପହଁଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିବେ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଳ୍ପ ସେବାୟତରେ ରଥ ଅନୁକୂଳ ନୀତି ସମ୍ପନ୍ନ ହେବ ।
ସେହିପରି ଯେଉଁ ସେବାୟତଙ୍କ କରୋନା ରିପୋର୍ଟ ନେଗେଟିଭ ସେହିମାନେ ହିଁ ଚନ୍ଦନଯାତ୍ରାରେ ସାମିଲ ହେବେ । ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା । କେବଳ ପାସଧାରୀ ସେବାୟତ ହିଁ ଯାତ୍ରାରେ ସାମିଲ ହେବେ । ଏହାସହିତ ଚନ୍ଦନଯାତ୍ରା ସମୟରେ ଶ୍ରୀମନ୍ଦିର ସମ୍ମୁଖ ଏବଂ ନରେନ୍ଦ୍ର ପୁଷ୍ପରଣୀ ଚାରି ପାଖରେ ୧୪୪ ଧାରା ଜାରି କରାଯାଇଛି ।