ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡିଆରଡିଓ ର ଔଷଧ ୨ଡିଜିର ୧୦ ହଜାର ଡୋଜ ଆଗାମୀ ସପ୍ତାହରେ ଲଞ୍ଚ କରାଯିବ । ଏନେଇ ଡିଆରଡିଓ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଭବିଷ୍ୟତରେ ଏହି ଔଷଧ ବ୍ୟବହାର ପାଇଁ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଡିଆରଡିଓର ବୈଜ୍ଞାନିକ ଟିମ୍ ଏହି ଔଷଧ ପ୍ରସ୍ତୁତ କରିଛନ୍ତି ।
ଗତକାଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡା. କେ ସୁଧାକର ଡିଆରଡିଓ କ୍ୟାମ୍ପସ ପରିଦର୍ଶନ କରିଥିଲେ । ସେଠାରେ ଡିଆରଡିଓା ବୈଜ୍ଞାନିକମାନେ ୨ଡିଜି ଔଷଧ ବିଷୟରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଯାହା କରୋନା ଲଢେଇରେ ଗେମ ଚେଞ୍ଜର ହୋଇପାରେ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ବୟାନରେ ଡା.କେ ସୁଧାକର କହିଛନ୍ତି କି, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକସିତ ୨ଡିଜି ଏକ ପ୍ରମୁଖ ସଫଳତା । ଏହା ମହାମାରୀକୁ ମୁକାବିଲା କରିବାରେ ପ୍ରମୁଖ ଭୂମିକରେ ଗ୍ରହଣ କରିପାରେ ।