ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ହାସ୍ୟ ଅଭିନେତା ପପୁ ପମପମ ଗୁରୁତର । ଖୁବ ଶୀଘ୍ର ତାଙ୍କୁ ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯିବ । ପପୁ ଏବେ ପାନକ୍ରୀୟାସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପପୁଙ୍କୁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଯିବାର ଯୋଜନା ହେଉଥିବା ସୂଚନା ମିଳିଛି ।
ପପୁ ଏକ ଫିଲ୍ମ ସୁଟିଂରେ ଥାଇଲାଣ୍ଡ ଯାଇଥିଲେ । ସୁଟିଂ ସମୟରେ ସେ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ସୁଟିଂ ବାତିଲ କରି ସେ ଭୁବନେଶ୍ୱର ପଳାଇଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଶୁକ୍ରବାର ରାତିରୁ ସେ ମେଡିକାଲରେ ଅଛନ୍ତି । ଅବସ୍ଥା ସୁଧୁରିନଥିବା ସୂଚନା ମିଳିଛି ।