ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଥିବା କିନ୍ନରମାନଙ୍କ ପାଇଁ ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଏଣିକି କିନ୍ନର ମାନେ ପାଇ ପାରିବେ ଭତ୍ତା । ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବେ କିନ୍ନର । ସେମାନଙ୍କୁ ମଧୁବାବୁ ପେନସନ ଦେବା ଲାଗି ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭତ୍ତା ପାଇଁ କିନ୍ନରମାନେ ପେନସନ୍ ପୋର୍ଟାଲ କିମ୍ବା ଫର୍ମରେ ଆବେଦନ କରିବା ପାଇଁ ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହି ଯୋଜନା ଜରିଆରେ ରାଜ୍ୟରେ ପ୍ରାୟତଃ ୬ ହଜାର କିନ୍ନର ଉପକୃତ ହେବେ ।
ଅନ୍ୟପଟେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏନେଇ ସେମାନଙ୍କ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ପୁରୀ ଓ ଭୁବନେଶ୍ୱରରେ ଖୋଲାଯିବ ବୋଲି କୁହାଯାଇଛି ।