ମୟୂରଭଞ୍ଜ ( ରାଜ୍ ଗୁପ୍ତା ): ସ୍ୱାମୀ ହତ୍ୟାକଲା ସ୍ତ୍ରୀକୁ । ପୁଅ କହୁଛି ବାପା ମାରିଛି । ବାପା କହୁଛି ମା ନିଜେ ମରିଛି । ଏମିତି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଳିଆଡ଼ିହା ପଞ୍ଚାୟତ ର କେନ୍ଦୁଛାଟିଆ ଗ୍ରାମ ଅଧିନ ଖଡ଼ିଆସାହିରେ ଦେଖିବାକୁ ମିଳିଛି। ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ସ୍ୱାମୀ ଜଣକର ବୟାନ କିନ୍ତୁ ଦର୍ଶାଉଛି ଭିନ୍ନ। ଯାହାର ଛାନଭିନ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରିବା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ସୂଚନା ଅନୁସାରେ ମୃତକ ଜଣଙ୍କ ହେଲେ କାଜଲ ଦେହୁରୀ । କାଜଲ ବେହୁରୀଙ୍କ ମୃତ ଦେହ ଘର ଲୁହା ପାଇପରେ ଝୁଲୁଥିବା ପୁଅ ରାଜୁ ଠାରୁ ଗ୍ରାମବାସୀ ମାନେ ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଗ୍ରାମବାସୀ ଖବରପାଇ ତାଙ୍କ ଘରେ ସକାଳ ୮ରେ ପହଞ୍ଚି ଥିଲେ। କିନ୍ତୁ ଘରର ଲୁହା କବାଟ ଭିତର ଆଡୁ ବନ୍ଦ ଥିବାରୁ ଗ୍ରାମବାସୀ କଜଳକୁ ଉଦ୍ଧାର କରିପାରିନଥିଲେ। ପରେ ଖବର ପହଞ୍ଚିଥିଲା ବଡ଼ଜାମବଣୀ ଫାଣ୍ଡିରେ ।ଫାଣ୍ଡି ଅଧିକାରୀ ଏବଂ ସବ- ଇନ୍ସପେକ୍ଟର ଶ୍ରୀନିବାସ ମାର୍ଥା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପ୍ରାଥମିକସ୍ତର ତଦନ୍ତ ଅନୁସାରେ ମୃତକ ଏବଂ ତାଙ୍କ ସ୍ୱାମୀ ହରିଆ ଦେହୁରୀ ଦୁହେଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଫଳରେ କାଜଲଙ୍କ ମୃତ୍ୟୁ ହୋଇଯାଇଥିଲା।
ପୋଲିସର କହିବା ଅନୁଯାୟୀ ମୃତକଙ୍କ ସ୍ବାମୀ ହରିଆ ମଦପିଇ କୁରାଢ଼ୀ ଧରି ଗାଁରେ ବୁଲୁଥିବାରୁ ଗ୍ରାମର କିଛି ଲୋକ ତାକୁ ମାରିବାକୁ ଗତକାଲି ରାତିରେ ଆସିଥିଲେ ଫଳରେ ଭୟରେ ଦୁଇଜଣ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିବା କଥା ମୃତା ମହିଳା କାଜଲ ଦେହୁରୀଙ୍କ ସ୍ୱାମୀ ହରିଆ ଦେହୁରୀ ପୋଲିସକୁ କହିଛନ୍ତି । ଅନ୍ୟପଟେ ମୃତଦେହରେ କୌଣସି କ୍ଷତଚିହ୍ନନଥିବାରୁ ଶବ ବ୍ୟବଚ୍ଛେଦ ପରେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ ।