ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗଲୱାନ ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନଙ୍କ ସହିଦ ଏବଂ ପରାକ୍ରମ ଉପରେ ଏକ ଫିଲ୍ମ କରିବା ପାଇଁ ଅଜୟ ଦେବଗନ୍ ଅଧିକାରିକ ରୁପେ ଘୋଷଣା କରିଛନ୍ତି । ଅଜୟ ଦେବଗନ ଫିଲ୍ମସ ଏବଂ ସେଲେକ୍ଟ ମିଡିଆ ହୋଲ୍ଡିଂ ଏଲ ଏଲପି ଦ୍ୱାରା ଏହି ଫିଲ୍ମ ନିର୍ମାଣ କରାଯିବ । ବର୍ତ୍ତମାନ ଏହି ଫିଲ୍ମର ଟାଇଟେଲ ଏବଂ ଅନ୍ୟ ସୂଚନା ବିଷୟରେ ବିଶେଷ କିଛି ଘୋଷଣା କରାଯାଇ ନାହିଁ ।
ଅଜୟ ଦେବଗନଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି, ଅଭିନେତା ଏବଂ ଫିଲ୍ମନିର୍ମାତା ଅଜୟ ଦେବଗନ ସର୍ବଦା ହିଁ ଲୋକଙ୍କ ବୀର ଗାଥାକୁ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରନ୍ତି । ଏହି ପରୀପ୍ରେକ୍ଷୀରେ ‘ଏଲଓସି:କାରଗିଲ୍’, ‘ଦି ଲିଜେଣ୍ଡ ଅଫ୍ ଭଗତ୍ ସିଂ’, ‘ତାହ୍ନାଜୀ’, ‘ସିଂଘମ’ ଏବଂ ‘ରେଡ’ ଭଳି ଫିଲ୍ମରେ କାମ କରିଛନ୍ତି ଅଜୟ । ଏବେ ଗଲୱାନୀ ଘାଟିରେ ଭାରତୀୟ ସେନାଙ୍କ ପରାକ୍ରମର କାହାଣୀକୁ ସାମ୍ନାକୁ ଆଣିବେ ।
ସୂଚନାଯୋଗ୍ୟ, ଜୁନ୍ ୧୫ ରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିପରି ଚୀନ୍ ର ୪୦ ରୁ ଅଧିକ ସେନା ମୃତାହତ ହୋଇଥିବା ସୂଚନା ରହିଥିଲା । କିନ୍ତୁ ଏହି ଘଟଣାକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୀନ୍ ସରକାର ଏହି ସଂଘର୍ଷରେ କେତେ ସେନାଙ୍କ ମୃତ ହୋଇଛି ସେନେଇ ସୂଚନା ଦେଇ ନାହାନ୍ତି ।