ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଭୟଙ୍କର ରୂପ ନେବାରେ ଲାଗିଛି । ଆଜି ରାଜ୍ୟରେ ଦୁଇଟି ମୁଣ୍ଡ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ କରୋନା ଜନୀତ ମୋଟ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Regret to report the demise of two Covid positive patients while under treatment in hospital.
1. Male aged 77 years of Ganjam district, who was also suffering from Hypertension.
2. Male aged 64 years of Jajpur district, who was also a patient of Diabetes.
— H & FW Dept Odisha (@HFWOdisha) July 6, 2020
ଆଜି ଗଞ୍ଜାମ ଜିଲ୍ଲାରେ ଜଣେ ୭୭ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁରରେ ଜଣେ ୬୪ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ରାଜ୍ୟରେ ଆଜି ୪୫୬ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫୨୬କୁ ବୃଦ୍ଧି ପାଇଛି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ହଜାର ୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୨୫୪ଟି ସକ୍ରିୟ ମାମଲା ରହିଛି ।