ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କବଳରେ ସାରା ବିଶ୍ୱ । ଏହି ଅଦୃଶ୍ୟ ମହାମାରୀ ପାଇଁ ଏବେ ସାରା ବିଶ୍ୱ ହେଉଛି କଲବଲ । ମାତ୍ର ଏହି ମାହାମରୀକୁ ନେଇ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ନୂତନ ଖୁଲାସା କରିଛି । ସଂଗଠନ ପକ୍ଷରୁ କୁହାଯାଇଛି କି ଏହି ମହାମାରୀ ଏବେ ପବନରୁ ବ୍ୟାପୁଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ୧୯ ଟେକନିକ ଟିମ୍ର ନେତୃତ୍ୱ କରୁଥିବା ମାରିୟା ବ୍ୟାନ କହିଛନ୍ତି କି, କରୋନା ଭାଇରସ ପବନ ଦ୍ୱାରା ସଂକ୍ରମଣ ବ୍ୟାପିବାକୁ ନେଇ ଲଗାତର ଆଲୋଚନା ଜାରି ରହିଛି । ହୁଏତ ସଂଗଠନ ପକ୍ଷରୁ ପୂର୍ବରୁ ଏହି ଭାଇରସକୁ ନେଇ କୁହାଯାଇଥିଲା କି ଏହା ଛିଙ୍କିବା ଓ କାଶିବା ଦ୍ୱାରା ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପୁଛି ।
କ୍ଲିନିକାଲ ଇଂଫେକ୍ସନ ଡିସିଜ୍ ଜର୍ନଲରେ ଏକ ଲେଖା ଛପା ହୋଇଛି, ଯେଉଥିରେ ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ ଦାବି କରିଛନ୍ତି କି ଏହି କରୋନା ଭାଇରସର ଅଣୁ ପବନରେ ବ୍ୟାପୁଛି ଏବଂ କୌଣସି ମଣିଷ ନିଶ୍ୱାସ ନେବା ଦ୍ୱାରା ତା ଶରୀରକୁ ଭାଇରସ ପ୍ରବେଶ କରୁଛି । ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।
ବୈଜ୍ଞାନିକଙ୍କ କହିବାନୁଯାୟୀ, ଭାଇରସ ର ଏହି ଅଣୁ ଦୀର୍ଘ ସମୟ ଯାଏଁ ପବନରେ ରହିଥାଏ । ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ତାଙ୍କ ଗାଇଡଲାଇନ୍ରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । କୋଲୋରୋଡା ୟୁନିଭରସିଟିର ଜଣେ ବୈଜ୍ଞାନିକ ଜୋସ୍ ଜିମେନଜ କହିଛନ୍ତି କି , ଆମେ ଚାହୁଁଛୁ କି ସଂଗଠନ ଏହି ପ୍ରମାଣକୁ ସ୍ୱୀକାର କରୁ ।
ସେହିପରି ଡବ୍ଲ୍ୟୁଏଚଓର ସଂକ୍ରମଣରୁ ରକ୍ଷା ଏବଂ ନିୟନ୍ତ୍ରଣର ନେତୃତ୍ୱ କରୁଥିବା ବେନଡେଟା ସ୍ୱୀକାର କରିଛନ୍ତି କି ପବନରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାର ପ୍ରମାଣ ଅଛି କିନ୍ତୁ ଏହା ନିର୍ଣ୍ଣାୟକ ନୁହେଁ । ସେ କହିଛନ୍ତି କି ସାର୍ବଜନିକ ସ୍ଥାନରେ ପବନ ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ।