ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବାର୍ଷିକ ୪୫ କୋଟି ଡଲାରର ଆର୍ଥିକ ସହାୟତା ରୋକିବାର ଧମକ ଦେବା ପରେ ଏବେ ସଂଗଠନ ଠାରୁ ଅଲଗା ହେବାର ଘୋଷଣା କରିଛି ଆମେରିକା । ଏନେଇ ସଂଯୁକ୍ତ ରାଷ୍ଟ୍ର ମହାସଚିବଙ୍କୁ ନୋଟିସ ପଠାଇଛି ଟ୍ରମ୍ପ ପ୍ରଶାସନ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଆଧିକାରିକ ରୂପେ ସଂଯୁକ୍ତ ରାଷ୍ଟ୍ରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଅଲଗା ହେବା ପ୍ରକ୍ରିୟାର ନୋଟିସ ଜାରି କରିଛନ୍ତି । ୟୁଏନର ଏହି ସଂଗଠନକୁ ସବୁଠାରୁ ଅଧିକ ବାର୍ଷିକ ସହାୟତା ଆମେରିକା କରିଥାଏ । କିନ୍ତୁ କରୋନା ଭାଇରସକୁ ନେଇ ଟ୍ରମ୍ପ ଅନେକ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାସହିତ ସଂଗଠନ ଚୀନ ସପକ୍ଷରେ ବୋଲି ମଧ୍ୟ ଅଭିଯୋଗ ବି କରିଛନ୍ତି ।
ଏହି ବିଶ୍ୱ ମାହାମାରୀ ଗତବର୍ଷ ଚୀନର ଉହାନ ସହରରେ ଆରମ୍ଭ ହୋଇଥିଲା । ଆମେରିକା ଅଭିଯୋଗ କରିଛି କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱକୁ ଅନ୍ଧାରରେ ରଖିବା ଯୋଗୁଁ ଏହି ଭାଇରସ ପାଇଁ ବିଶ୍ୱରେ ୫ ଲକ୍ଷରୁ ଅଧିକ ଜୀବନ ଗଲାଣି । ଯେଉଁଥିରେ ୧, ୩୦, ୦୦୦ ରୁ ଅଧିକ ଲୋକ ଆମେରିକାର ରହିଛନ୍ତି ।
ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆର୍ଥିକ ସହାୟତା କରିବା ବନ୍ଦ କରିଦେଇଥିଲା ଆମେରିକା । ଏହାର ଏକ ମାସ ପରେ ସଂଗଠନ ସହ ସମ୍ପର୍କ ଛିନ୍ନ କରିବା ପାଇଁ ଘୋଷଣା କରିଥିଲେ ଟ୍ରମ୍ପ ।
ସଂଯୁକ୍ତ ରାଷ୍ଟ୍ର ମହାସଚିବର ପ୍ରବକ୍ତା ଷ୍ଟିଫନ ଦୁଜାରିକ ଏକ ବୟାନରେ କହିଛନ୍ତି କି, ୬ ଜୁଲାଇ ୨୦୨୦ରେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠାରୁ ଅଲଗା ହେବାର ଆଧିକାରିକ ସୂଚନା ଦେଇଛି ଯାହା ୬ ଜୁଲାଇ ୨୦୨୧ ରେ କାର୍ଯ୍ୟକାରୀ ହେବ ।