ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କୋଭିଡ ପାଇଁ ରାଜ୍ୟରେ ଆଗାମୀ ୨ ବର୍ଷ ପର୍ଦ୍ୟନ୍ତ କୌଣସି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ନାହିଁ ବୋଲି ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧୀ ଘେରିଥିଲେ ସରକାରଙ୍କ । ସାଧାରଣରେ ମଧ୍ୟ ଏହା ବିରୋଧରେ ସ୍ୱର ଉଠିଥିଲା । ତେବେ ଏନେଇ ଏବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଅର୍ଥ ବିଭାଗର ସୂଚନା ଅନୁସାରେ ସରକାରୀ ସ୍ତରରେ ଚାଲିଥିବା ନିଯୁକ୍ତି ପ୍ରକିୟା ଚାଲୁ ରହିବ ।
ଖାଲି ପଡିଥିବା ପଦବୀକୁ ପୂରଣ କରାଯିବ । ମାତ୍ର ନୂଆ ପଦବୀ ସୃଷ୍ଟି ହେବା ଉପରେ କଟକଣା ରହିବ । ତେବେ ଏହା ଉପରେ ନିରଞ୍ଜନ ପଟ୍ଟନାୟକ ଓ ସୁର ରାଉତରାୟ ପ୍ରତିକ୍ରିୟା ରଖି ଏହାର ପୁନଃ ବିଚାର କରିବାକୁ ସରକାରଙ୍କୁ ନିବେଦନ କରିଥିଲେ । ସୂଚନାଯୋଗ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ମେଡିକାଲ ସେବା ଓ ନିଯୁକ୍ତିକୁ ବାଦ ଦେଇ ସରକାରୀ ସ୍ତରରେ ନୂଆ ଗାଡି ମଧ୍ୟ କିଣାଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା ।