ମାଲକାନଗିରି(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟାରେ ରୋକ ଲଗାଇବା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନେ ଗ୍ରହଣ କରୁଛନ୍ତି । ତେବେ ମାଲକାନଗିରିକୁ ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ଏନେଇ ମାଳକାନଗିରି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Seeing the rise in Infection and detection of cases from people returning from various districts within Odisha, 14 days Institutional/paid Quarantine has been made mandatory for people returning from 13 districts.
— COLLECTOR MALKANGIRI (@dm_malkangiri) July 10, 2020
ତେବେ ଗଞ୍ଜାମ , କଟକ, ଭଦ୍ରକ, ଖୋର୍ଦ୍ଧା(ଭୁବନେଶ୍ୱର), ଯାଜପୁର, ନୟାଗଡ଼, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ଵର, ଜଗତସିଂହପୁର ରୁ ଆସୁଥିବା ଲୋକ ମାନଙ୍କ ପ୍ରବେଶ ଉପରେ ଲଗାଯାଇଛି । ତେବେ ଅତ୍ୟାବଶ୍ୟକ କାମରେ ଏହି ଜିଲ୍ଲା ମାନଙ୍କରୁ ଯେଉଁ ଲୋକ ମାଲକାନଗିରିକୁ ଆସିବେ ସେମାନେ ୧୪ ଦିନିଆ ସରକାରୀ କ୍ୱରାଣ୍ଟାଇନ କିମ୍ବା ପେଡ କ୍ୱରାଣ୍ଟାଇନରେ ରହିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯେଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୫୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ହଜାର ୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୪୭୫ଟି ସକ୍ରିୟ କେସ୍ ରହିଛି । ସେହିଭଲି ରାଜ୍ୟରେ ୬୧ ଜଣଙ୍କ ଜୀବନ ନେଲାଣି କରୋନା ମହାମାରୀ ।