ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସାରା ବିଶ୍ୱକୁ ଏବେ କରୋନା ଚିନ୍ତା ଘାରିଛି । ଛୋଟରୁ ବଡ ପର୍ଯ୍ୟନ୍ତ ଏବେ ସମସ୍ତଙ୍କୁ ଏହା କବଳିତ କରିବାରେ ଲାଗିଛି । ଦିନକୁ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ହାଇ ସିକ୍ୟୁରୁଟିରେ ରହୁଥିବା ସେଲିବ୍ରଟି ମାନଙ୍କୁ ମଧ୍ୟ ଏହି ଭାଇରସ ଆକ୍ରମଣ କରୁଛି । ବଲିଉଡ୍ ରେ ପ୍ରଥମେ ଗାୟିକା କନିକା କପୁରୁକଙ୍କୁ କରୋନା ହୋଇଥିଲା । ତେବେ ସେହି ସମୟରେ ବଲିଉଡ୍ ରେ କରୋନା ଆତଙ୍କ ଖେଳାଇ ଦେଇଥିଲା । ଏହା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ହୋମ୍ କ୍ୱାରାଣ୍ଟାଇରେ ରହିଥିଲେ । ଏବେ ପୁଣି ବଲିଉଡ୍କୁ କରୋନା ଭୟ ଫେରିଛି । ଗତକାଲି ସଂନ୍ଧ୍ୟା ସମୟରେ ବଲିଉଡ୍ ର ବିଗ୍ ବିଙ୍କୁ କରୋନା ହୋଇଥିବାର ଜଣାପଡିଥିଲା । ଏନେଇ ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।
ଏହା ସହ ସେ କହିଥିଲେ ଯେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ସେ ଏବେ ନାନାବତୀ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଅମିତାଭ ଗତ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି । ତେବେ ଅମିତାଭଙ୍କ ପରେ ଜୁନିୟର ବଚ୍ଚନ ତଥା ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ଏନେଇ ଅଭିଷେକ ନିଜ ସୋସିଆଲ ମିଡିଆରେ ଜଣାଇଛନ୍ତି । ଅମିତାଭ ଓ ଅଭିଷେକ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଫ୍ୟାନ ମାନେ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପଟେ ଐଶ୍ୱଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କୁ କରୋନା ହୋଇଥିବାର ଜଣାପଡିଛି । ତେବେ ଅମିତାଭଙ୍କ ବଙ୍ଗଳା ଜଲସାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସିଲ୍ କରାଯାଇଛି । ଏହା ସହ ଏହାର ଆଖ ପାଖ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।