ମୁମ୍ବାଇ(ଏଟିଆର ବ୍ୟୁରୋ): ଗୋଟିଏ ପଟେ ନାରୀ ସହିତ ଦୁଷ୍କର୍ମ ବଢିଚାଲିଥିବା ବେଳେ ଅନ୍ୟପଟେ ନାରୀ ଉପରେ ଅତ୍ୟାଚାର ମଧ୍ୟ ଲଗାତର ଭାବେ ବଡି ଚାଲିଛି ।
ସମାଜରେ ନାରୀକୁ ସୁରକ୍ଷା ଦେବା ବଦଳରେ ବଢିଚାଲିଛି ତା ଉପରେ ନିର୍ଜାତନା । ଏମିତି ଏକ ଘୃଣ୍ୟ ଓ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ଜୁହି କମୋଠ ଗାଁରେ ।
ଖାଇବାରେ ସାମାନ୍ୟ ମଟନ୍ ଟିକେ କମ ହୋଇଯିବାରୁ ସ୍ତ୍ରୀକୁ କିରୋସିନ୍ ଢାଳି ଜିଅନ୍ତା ଜାଳିଦେଲା ନିଷ୍ଠୁର ସ୍ୱାମୀ । ଏହା ପରେ ଗୁରୁତ୍ତର ଅବସ୍ଥାରେ ମହିଳା ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା ।
ତେବେ ପୋଲିସ ର ସୁଚନା ଅନୁସାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଶ୍ରମିକ କାମ କରୁଥିଲେ । ମୃତ ମହିଳାଙ୍କ ନାଁ ମତୃକା ପଲ୍ଲବୀ ସରୋଡେ ଓ ଅଭିଯୁକ୍ତ ସ୍ୱାମୀର ନାଁ ମାରୁତି ସରୋଡେ ।