ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୬୧୮ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 14th July
New Positive Cases: 618
In Quarantine: 411
Local Contacts: 207(Details of local contacts will be shared by concerned Dist Administration)
District Wise Cases
1. Angul: 14
2. Balasore: 61
3. Bhadrak: 1
4. Bolangir: 2
5. Boudh: 2
6. Cuttack: 16— I & PR Department, Odisha (@IPR_Odisha) July 15, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୪, ବାଲେଶ୍ୱରର ୬୧, ଭଦ୍ରକର ୧, ବଲାଙ୍ଗିରର ୨, ବୌଦ୍ଧ ୨, କଟକର ୧୬, ଢେଙ୍କାନାଳର ୨, ଗଞ୍ଜାମର ୨୮୬, ଜଗତସିଂହପୁରର ୨୬, ଯାଜପୁରର ୫, ଝାରସୁଗୁଡାର ୧, କେନ୍ଦ୍ରପଡାର ୯, କେନ୍ଦୁଝରର ୫, ଖୋର୍ଦ୍ଧାର ୧୦୭, କୋରାପୁଟର ୧, ମାଲକାନାଗିରିର ୧୩, ମୟୂରଭଞ୍ଜର ୨୧ , ନୟାଗଡର ୧୫, ପୁରୀର ୫, ରାୟଗଡାର ୧, ସୁନ୍ଦରଗଡର ୧୫ ଏବଂ ସମ୍ବଲପୁରର ୧୦ ଜଣ ରହିଛନ୍ତି । ସର୍ବମୋଟ ୨୨ ଟି ଜିଲ୍ଲାର ୬୧୮ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
New Recoveries: 609
Cumulative Tested: 353824
Positive: 14898
Recovered: 9864
Active Cases: 4933— I & PR Department, Odisha (@IPR_Odisha) July 15, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮ କୁ ବୃଦ୍ଧି ପାଇଛି । ସେଥିରୁ ୯୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୪୯୩୩ ଜଣ ଚିକିତ୍ସିତ ହେଉଛନ୍ତି ।